କୋରାପୁଟ : ବିସ୍ଫୋରଣ ଉଦ୍ୟମ ବେଳେ ୩ ଗିରଫ । ବିପୁଳ ପରିମାଣରେ ବିସ୍ଫୋରକ ଜବତ । ବେଆଇନ୍ ଭାବେ ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ଫୋରଣ ପାଇଁ ଉଦ୍ୟମ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ସୋମାନଙ୍କ ଠାରୁ ଜିଲେଟିନ ଷ୍ଟିକ ଜବତ କରାଯାଇଥିବା ସୁନାବେଡ଼ା ଏସ୍ଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।
ସେମାନଙ୍କ ଠାରୁ ୯୬ଟି ଜିଲେଟିନ ଷ୍ଟିକ, ୧୭ଟି ଡିଟୋନେଟର ଓ ୪ ବ୍ୟାଣ୍ଡଲ ତାର ଜବତ କରିଥିଲା । ତେବେ ପଥରରେ ଗାତ ଖୋଳି ଜିଲେଟିନ ଲଗାଯାଇଥିବାରୁ ଏହାକୁ ନଷ୍ଟ କରିବା ପାଇଁ କୋରାପୁଟରୁ ଚିନେୟା ରେଡ୍ଡୀଙ୍କ ସମେତ ୫ ଜଣିଆ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଆଜି ସେଗୁଡିକୁ ନଷ୍ଟ କରିଥିଲେ ।
ଏନେଇ ସେମିଳିଗୁଡ଼ା ଥାନାରେମାମଲା ରୁଜୁ କରି ବେଆଇନ ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜିଲେଟିନ ଓ ଦିଟୋନେଟର ବ୍ୟବହାର କିପରି କରାଯାଉଥିଲା ଓ ଏତେ ପରିମାଣର ବିସ୍ଫୋରକ କୋଉଁଠୁ ଆସିଲା ଏନେଇ ଅଧିକ ତଦନ୍ତ ଚାଲିଥିବା ସୁନାବେଡ଼ା ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି ।
