ମେଷ : ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିବାରେ ପାରଙ୍ଗମ ହେବେ । ଭାଗ ବ୍ୟବସାୟ ଲାଭଜନକ ହେବ । ଆଶା ମରୁରୁ ମରୀଚିକା ପରି ଛଳନାମୟୀ ହୋଇପାରେ ।
ବୃଷ : ଚାରୁ ଚନ୍ଦନା ଦେହୀ ପତ୍ନୀଙ୍କ ସକଳ ଇଚ୍ଛା ପୂରଣ କରିବାରେ ପାରଙ୍ଗମ ହେବେ । ଆଜି ଦିନ ଭିତରେ ଯାହା ଘଟଣା ଘଟିବ ତାହା ସୁଖବୋଧ ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ ।
ମିଥୁନ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରି ଆଶ୍ବସ୍ତ ହେବେ । ନୀତିନିଷ୍ଠ ହେବେ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ ।
କର୍କଟ : ସରସ୍ବତୀ ମହାମାୟୀ ବର-ଦାୟିକା ଅଛନ୍ତି । ତର୍କ ବିଦ୍ୟାରେ ପାରଙ୍ଗମ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥାଗମ ଅବ୍ୟାହତ ରହିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ପ୍ରାପ୍ତିର ସୂଚନା ମିଳୁଛି ।
ସିଂହ : ଚାଷ ତଳେ ଆପଣଙ୍କ ବାସ ନିର୍ଭର କରୁଛି । ପରିଶ୍ରମର ମୂଲ୍ୟ ମିଳିବ । ଯାନବାହନ ସୁଖ ମିଳିବ । ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି ।
କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ, ଲାଭପ୍ରଦ ଓ ଶକ୍ତିପ୍ରଦ ହେବ । ସଞ୍ଚୟାଭିମୁଖୀ ହୋଇପାରନ୍ତି । ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଆପଣଙ୍କ ଧ୍ୟେୟ ହୋଇପାରେ ।
ତୁଳା : ବ୍ରହ୍ମବାଦୀ ହୋଇ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧ କରିପାରନ୍ତି । ଧନଲକ୍ଷ୍ମୀଙ୍କ ଆଗମନ ଶାନ୍ତିପ୍ରଦ ହେବ । ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି । ଆଶା ଫଳବତୀ ହେବ । ଚତୁର ହେବେ ।
ବିଛା : ପ୍ରଥିତଯଶା ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ଓ ବେସରକାରୀ ସଂସ୍ଥାରୁ ଧନ ମିଳିବ । ବନ୍ଧୁ ସହାୟତା ପାଇଁ ଲାଭବାନ୍ ହେବେ । ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ । କରିତ୍କର୍ମା ହେବେ ।
ଧନୁ : ଧୀ’ଶକ୍ତି ସମ୍ପନ୍ନ ହେବେ । ଏକାନ୍ତରେ ସାମୟିକଭାବେ ମୌନ ରହି ତପ ସାଧନାରେ ବ୍ରତୀ ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ବ୍ୟୟ କରିପାରନ୍ତି । ବିତର୍କରୁ ଓହରି ଯାଇପାରନ୍ତି ।
ମକର : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ମିଳିପାରେ । ଶ୍ରଦ୍ଧା ଓ ବିଶ୍ବାସର ରଜୁରେ ଅନୁବନ୍ଧିତ ହୋଇପାରନ୍ତି ।
କୁମ୍ଭ : ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହୋଇପାରେ । କର୍ମଯୋଗୀ, ଜ୍ଞାନଯୋଗୀ, ଭକ୍ତିଯୋଗୀ ଓ ଧର୍ମାନୁରାଗୀ ହୋଇପାରନ୍ତି । କୁଳ ପ୍ରଦୀପ ହେବେ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ । ସୁସ୍ଥ ଓ ନିରାମୟ ରହିବେ ।
ମୀନ : ଭାଗ୍ୟଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
