୧୬ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୧୬ ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାଛଡ଼ା ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରି ଯାଏଁ ବୃଦ୍ଧି ପାଇବ । ଏହା ଫଳରେ ଶୀତ କମିବ ।

ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ପଶ୍ଚିମା ଝଡ଼ର ପ୍ରଭାବରେ ୧୬ ତାରିଖରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ୪ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି । କିନ୍ତୁ ୧୭ ତାରିଖରୁ ପୁଣି ରାଜ୍ୟରେ ପାଗ ଶୁଖିଲା ରହିବ । ଏଣେ ଗତ ଦୁଇ ଦିନ ଧରି ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଲହରି ମଧ୍ୟ ପ୍ରବାହିତ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ତଳକୁ ଖସିଛି ।

Leave a Reply

Your email address will not be published. Required fields are marked *