ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି । ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି । ସବୁ ଦଳର ପ୍ରମୁଖ ନେତାଙ୍କୁ ଫୁରସତ ନାହିଁ ।
ଖବର ଅନୁଯାୟୀ, ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ୩୦ ଜିଲ୍ଲାର ୭୧ ବ୍ଲକ୍ ର ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ୍ ଗ୍ରହଣ ହେବ । ପ୍ରାୟ ୬୭ ଲକ୍ଷ ୫୧ ହଜାର ଭୋଟର୍ ୨୨,୩୭୯ ବୁଥ୍ ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ । ୩୬ ଘଣ୍ଟା ପୂର୍ବରୁ ଅର୍ଥାତ ସଂଧ୍ୟାରୁ ପ୍ରଚାର, ସଭା ସମିତି, ଲାଉଡ ସ୍ପିକର ବନ୍ଦ ହେବ ।
