ଆକ୍ସନ ମୋଡରେ ବରଗଡ଼ ଜିଲ୍ଲାପାଳ

ପଦ୍ମପୁର : ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆକ୍ସନ ମୋଡରେ । କିଛି ଦିନ ପୂର୍ବେ ସେ ବିଭିନ୍ନ ଯୋଜନାର ତଦାରଖ ପାଇଁ ପଦ୍ମପୁର ବ୍ଲକ ଆସିଥିଲେ । ବରିକେଲ ସ୍କୁଲରେ ହେଉଥିବା କାର୍ଯ୍ୟ ନିମ୍ନମାନର ବୋଲି ତାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେଣୁ ସେ ସେହି ସ୍କୁଲର କାର୍ଯ୍ୟ ମଧ୍ୟ ତଦାରଖ କରିବାକୁ ପହଞ୍ଚିଥିଲେ । ସେଠାରେ ହେଉଥିବା କାର୍ଯ୍ୟକୁ ଦେଖି ଅସନ୍ତୁଷ୍ଟ ହୋଇଥିଲେ । ତାଙ୍କ ସହିତ ପଦ୍ମପୁର ବିଡିଓ ଶଙ୍କର୍ସଣ ବେହେରା ମଧ୍ୟ ଉପସ୍ଥିତ ଥିଲେ । ସେହି ଠାରେ ଲୋକଙ୍କ ସମ୍ମୁଖରେ ଜିଲ୍ଲାପାଳ ବିଡିଓକୁ ଭଲକାମ ହେଉନି ଓ କାମ କାହିଁକି ଏତେ ବିଳମ୍ବ ହେଉଛି ବୋଲି ତାଗିଦ କରିଥିଲେ । କିଛିଦିନ ପୂର୍ବରୁ ପଦ୍ମପୁରରେ କାର୍ଯ୍ୟ କରୁଥିଲେ କିଛିଦିନ ବାହାରେ କାର୍ଯ୍ୟ କଲାପରେ ପୁଣି ସେ ପଦ୍ମପୁରରେ ଯୋଗଦେଲେ । ତାଙ୍କର ବଦଳି ହେଲେ ମଧ୍ୟ ଉପରେ ହାତକରି ପୁଣି ରହିଯାଉଛନ୍ତି । କିନ୍ତୁ ଏଥର ଜିଲ୍ଲାପାଳ ତାଙ୍କୁ ସିଧାସଳଖ ତାଗିଦ କରିଛନ୍ତି ।

Leave a Reply

Your email address will not be published. Required fields are marked *