ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କାଠପାଳ ଗାଁ ଦେଇ ପ୍ରବାହିତ ସୋନନଦୀ ଏବେ ବାଲି ମାଫିଆଙ୍କ କବଜାରେ ରହିଛି । ଦିନ ରାତି ଏକ କରି ମାଫିଆମାନେ ଲୁଟିନେଉଛନ୍ତି ବାଲି । କୋଟି କୋଟି ଟଙ୍କାର ବାଲି ଚୋରି ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ମାତ୍ର ଦୁଇ କିଲୋମିଟର ଦୂରରେ ଅଯୋଧ୍ୟା ଫାଣ୍ଡି ଥିବାବେଳେ ଫାଣ୍ଡି ପୋଲିସ ସହ ନୀଳଗିରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣାପଡ଼ିଛି । ଦୈନିକ ବେଧଡକ ଟ୍ରାକ୍ଟର ଯୋଗେ ବାଲି ଉଠାଯାଇ ଟ୍ରକ ଯୋଗେ ବାହାରକୁ ଚାଲାଣ ହେଉଛି । ତେବେ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି ।
