ଢେଙ୍କାନାଳ : ନୋ ଏଣ୍ଟ୍ରିରେ ଚାପିଦେଲା ଟ୍ରକ l ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଦୁଇ ଜଣ ହେଲେ ତୁମୁସିଙ୍ଗା ଥାନା କୋଟଗରା ଗ୍ରାମର ସୁଜିତ ମଳିକ ଓ ରମେଶ ମଳିକ l ଉଭୟ ଏକ ବାଇକ ଯୋଗେ କାମାକ୍ଷାନଗର ଥାନା କାନପୁରା ଗ୍ରାମକୁ କାମ କରିବାକୁ ଯାଉଥିଲେ । ଏତିକିବେଳେ ବାଇପାସ ନିକଟରେ ଥିବା କାନପୁରା ରାସ୍ତାରେ ଟ୍ରକ ସହ ଧକ୍କା ହୋଇଥିଲା l ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି l ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l
