ଟଙ୍କା ପାଇଁ ମାକୁ ପିଟି ପିଟି ହତ୍ୟା କଲା ପୁଅ

ଅନୁଗୁଳ : ଅନୁଗୁଳ ବାଗଡ଼ିଆ ଗାଁରେ ଅଭାବନୀୟ ଘଟଣା । ଘର ଭିତରେ କବାଟ ଦେଇ ମାଆକୁ ବାଡେଇ ବାଡେଇ ମାରିଲା ପୁଅ । ମୃତକ ହେଲେ ବାଗେଡ଼ିଆ ଦେହୁରୀ ସାହିର ବୀଣାପାଣି ଦାସ ।

ଖବର ଅନୁଯାୟୀ, ବୀଣାପାଣିଙ୍କୁ ତାଙ୍କର ସାନପୁଅ ତୁଷାର କାନ୍ତ ଦେହୁରୀ ଟଙ୍କା ମାଗିଥିଲା । କିନ୍ତୁ ସେ ନଦେବାରୁ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି । ଏପିରିକି ମାରିଲା ପରେ ଘରେ ତାଲା ପକାଇ ଫେରାର ହୋଇଯାଉଛି ।

ସେପଟେ ଖବର ପାଇ ଦେବଗଡ଼ ପାଖରୁ ତୁଷାରକୁ ଗିରଫ କରିଛି ପୋଲିସ । ଘରେ କେବଳ ମା ପୁଅ ରହୁଥିଲେ । ବଡ଼ ପୁଅ ବାହାରେ ଚାକିରୀ କରୁଛନ୍ତି । ଘଟଣା ଜଣାପଡିବା ପରେ ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *