ଏନଆରଜିଏସରେ ମହାଦୁର୍ନୀତି, ଟଙ୍କା ଲୁଟୁଛନ୍ତି ମାଫିଆ

ଗଞ୍ଜାମ : ଆକାଉଣ୍ଟ-ମାଫିଆ ଭାୟା ଶ୍ରମିକ । ଏନଆରଜିଏସରେ ମହାଦୁର୍ନୀତି । ବନ୍ଧାପଡ଼ିଛି ଜବକାର୍ଡ । ଟଙ୍କା ଲୁଟୁଛନ୍ତି ମାଫିଆ । ତାହା ପୁଣି ଆକାଉଣ୍ଟ ଦେଇ । ଏମିତି ଅଭିଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଭଞ୍ଜନଗରରୁ ।

ଆଉ ବିବାଦକୁ ଆସିଛି ରାଜ୍ୟ ସରକାରଙ୍କ ପାୱାରଫୁଲ୍ କ୍ୟାବିନେଟ ମିନିଷ୍ଟର ବିକ୍ରମ ଆରୁଖଙ୍କ ନିର୍ବାଚନ ମଣ୍ଡଳୀ । ଆଉ ଚର୍ଚ୍ଚାରେ ବିକ୍ରମଙ୍କ ଚେଲାଚାମୁଣ୍ଡା । ବିବାଦରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ କୃଷି ବିଭାଗ । ଦୁଇ ବିଭାଗରେ କେମିତି ଚାଲିଛି କାମ ତାହା ଜଳଜଳ ହୋଇ ଦେଖାଦେଉଛି ପାୱାରଫୁଲ ମିନିଷ୍ଟରଙ୍କ ଏରିଆରେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *