ସୁନ୍ଦରଗଡ : ସୁନ୍ଦରଗଡ କୋଇଡାରେ ଅଘଟଣ । ଜଗନ୍ନାଥ ମନ୍ଦିର ପୋଖରୀରୁ ସନ୍ଦେହ ଜନକ ଭାବେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଗୋପପୁର ସାହିର କ୍ରୀଷ୍ଣା ହେମ୍ରମ । କ୍ରିଷ୍ଣା ଏବଂ ତାଙ୍କର ତିନିଜଣ ସାଥି ସୋମବାର ରାତ୍ରୀ ପ୍ରାୟ ୯ ଟା ସମୟରେ ଜାଲ ସାହାଯ୍ୟରେ ମାଛ ମାରିବା ପାଇଁ ପୋଖରୀକୁ ଯାଇଥିଲେ ।
ହେଲେ ଡେରି ରାତ୍ରୀ ପର୍ଯ୍ୟନ୍ତ କ୍ରିଷ୍ଣା ପୋଖରୀ ପାଣି ଭିତରୁ ବାହାରକୁ ନଆସିବାରୁ ସାଥିମାନେ ପଡ଼ୋଶୀଙ୍କୁ ଏ ବିଷୟରେ ଜଣାଇଥିଲେ । ପରେ କୋଇଡା ଥାନାର ଏକ ଟିମ ଏବଂ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚି ୧ ଘଣ୍ଟାରୁ ଉର୍ଦ୍ଧ୍ବ ଖୋଜାଖୋଜି କରିବା ପରେ କ୍ରିଷ୍ଣାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । କୋଇଡା ପୋଲିସ ସାଥି ତିନିଜଣଙ୍କୁ ଅଟକ ରଖି ପଚାର ଉଚରା କରୁଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
