ଭୁବନେଶ୍ୱର : ରକ୍ତହୀନତା ଜାଲରେ ଓଡ଼ିଶା । ଜାତୀୟ ଅସମାନତା ସ୍ଥିତି ରିପୋର୍ଟରେ ଆସିଲା ଉଦବେଗ ଜନକ ଚିତ୍ର । ଗତ ୫ ବର୍ଷରେ ରାଜ୍ୟରେ ଶିଶୁ ରକ୍ତହୀନତା ହାର ପାଖାପାଖି ୧୯ ପ୍ରତିଶତ ବଢ଼ିଯାଇଛି । ୨୦୧୫-୧୬ରେ ୫ ବର୍ଷରୁ କମ୍ ଶହେ ଶିଶୁଙ୍କ ମଧ୍ୟରୁ ୪୫ ଜଣ ରକ୍ତହୀନତାରେ ଆକ୍ରାନ୍ତ ଥିଲେ । ଏବେ ଏ ହାର ୬୪% କୁ ବଢ଼ି ଯାଇଛି ।
୧୫ ରୁ ୪୯ ବର୍ଷ ମହିଳାଙ୍କ କ୍ଷେତ୍ରରେ ୬୪.୪% ରକ୍ତହୀନତାର ଶିକାର ହେଉଛନ୍ତି । ୫ ବର୍ଷ ତଳେ ଏହି ହାର ୫୧% ଥିଲା । ଅର୍ଥାତ୍ ୧୩ ପ୍ରତିଶତରୁ ଅଧିକ ବଢ଼ିଗଲା । ରାଜ୍ୟରେ ଶହେରୁ ୩୦ ଶିଶୁ ଅପପୁଷ୍ଟିର ଶିକାର । ଯାହା ଏବେ ଚିନ୍ତା ଜନକ ବିଷୟ । ଏହି ରିପୋର୍ଟ ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ୨୦୩୬ ମସିହା ସୁଦ୍ଧା ଏକ ନମ୍ବର ହେବା ପାଇଁ ଯେଉଁ ସ୍ବପ୍ନ ଥିଲା । ସେହି ସ୍ବପ୍ନ ସ୍ବପ୍ନରେ ରହିଯିବ କି ? ଓଡ଼ିଶା ଉତ୍ତର ପୀଢ଼ି ନିର୍ବୁଦ୍ଧିଆ ନିର୍ବଳିଆ ହେବେ କି ? କେମିତି ଲଢ଼ିବା କେମିତି ଜିତିବା ଯାହା ଏବେ ଚିନ୍ତା ଜନକ ବିଷୟ ।
