ଗୋଡିଖୋଳା ଗାଁ ରୁ ଏକ ଆହତ ରାମ ଭାଲୁକୁ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋଡିଖୋଳା ଗାଁ ରୁ ଏକ ଆହତ ରାମ ଭାଲୁକୁ (Honey badger )ଉଦ୍ଧାର କରାଯାଇଛି। କୁଲଡ଼ିହା ଅଭୟାରଣ୍ୟର ଦେବଗିରି ପାହାଡ଼ ପାଦରେ ଉକ୍ତ ଗାଁ ଟି ଅବସ୍ଥିତ ଥିବାରୁ ବର୍ଷ ତମାମ ଏଠାକୁ ବନ୍ୟଜନ୍ତୁ ଆସିଥାଆନ୍ତି । ବିଗତ ବର୍ଷ ମାନଙ୍କରେ ବନ୍ୟଜନ୍ତୁଙ୍କ ଆକ୍ରମଣ ଯୋଗୁଁ ବହୁ ଲୋକ ମୃତାହତ ହୋଇଛନ୍ତି। ତେବେ ଆଜି ସକାଳେ ଉକ୍ତ ଅଞ୍ଚଳରେ ଥିବା ଏକ ଘର ବାଡ଼ିରେ ରାମ ଭାଲୁ ଟି ଆହତ ଅବସ୍ଥାରେ ପଡିରହିଥିଲା।ଗ୍ରାମବାସୀଙ୍କ ଦ୍ୱାରା ତାକୁ ଉଦ୍ଧାର କରା ଯାଇ ଦେବଗିରି ପାହାଡ଼ରେ ଛାଡି ଦିଆ ଯାଇଛି।

Leave a Reply

Your email address will not be published. Required fields are marked *