ଗଛରେ ବାଡ଼େଇ ହୋଇ ଦୁଇ ବାଇକ୍ ଆରୋହୀ ମୃତ

ଵଣାଇ : ଵଣାଇ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ, ଵନେଇକେଲା ରାସ୍ତାରେ ଗତକାଲି ସନ୍ଧ୍ୟାରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ କୁସୁମଡିହି ଗ୍ରାମର ରମେଶ କିସାନ ଓ ରଞ୍ଜିତ କିସାନ ଦୁହେଁ ମିଶି ନିଜର ପଲ୍ ସର ବାଇକ୍ ନଂ OD 15T 0423 ରେ କୈାଣସି କାମରେ ସୋଲ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବାଇକ୍ ଟି ଏକ ବିରାଟ ଗଛରେ ବାଡ଼େଇ ହେବା ଯୋଗୁଁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ, ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଇକ୍ ଟି ବାଡ଼େଇ ହୋଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବାବେଳେ, ଖବରପାଇ ଗୁରୁଣ୍ଡିଆ ପୋଲିସ ଘଟଣା ସ୍ଥଳରେ ପହଂଚି ବାଇକ୍ ସହିତ ଶବକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *