ମେଷ : କୌଣସି ବେଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ । ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ ।
ବୃଷ : ଆପଣଙ୍କୁ ବ୍ୟବସାୟରେ ଅନେକ ଲାଭ ମିଳିବ । ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ । ଘରୋଇ ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ । ଘରେ ସୁଖ ବୃଦ୍ଧି ହେବ ।
ମିଥୁନ : ନିଜର ବ୍ୟକ୍ତିତ୍ୱକୁ ବିକଶିତ କରିବାକୁ ଚେଷ୍ଟା କରିବେ । ଅନ୍ୟମାନଙ୍କ ଆଗରେ ନିଜର ମତ ରଖିବାରେ ସଫଳ ହେବେ । ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ ।
କର୍କଟ : ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବଦ୍ଧ ଭଲ ରହିବ ।
ସିଂହ : କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ବନ୍ଧୁ ଠାରୁ କିଛି ଭଲ ଶିକ୍ଷାଲାଭ କରିବେ । ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ବାହନ କିଣିବା ଲାଗି ଆଗ୍ରହ ବଢିବ ।
କନ୍ୟା : କ୍ୟାରିୟରରେ ବଡ ସଫଳତା ପାଇବେ । ଅନ୍ୟମାନଙ୍କ ସହ ଆପଣଙ୍କର ତାଳମେଳ ଭଲ ରହିବ । ପ୍ରେମିକା ସହିତ ରେସ୍ତୋରାଁରେ ଭିଜନ କରିବେ ।
ତୁଳା : କିଛି ନୂଆ କରିବାର ଇଛା ଆପଣଙ୍କ ମନରେ ରହିବ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ ।
ବିଛା : ଆପଣ ନିଜର ଦୋଷ ତୃଟି ସ୍ୱୀକାର କରିବେ । ବ୍ୟବସାୟରେ ନୂଆ ଗତି ଦେବାକୁ ଚାଷ୍ଟା କରିବେ । ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ ।
ଧନୁ : କାହାରିକୁ କୌଣସି କଥା ବୁଝାଇବାରେ ଭୁଲ ହୋଇପାରେ । ବେପାର ନେଇ ମନକୁ ନୂଆ ବିଚାର ଆସିବ । ଖାଦ୍ୟ ପାନୀୟ ପ୍ରତି ସଚେତନ ରୁହନ୍ତୁ ।
ମକର : ବହୁ ଦିନର ଅପେକ୍ଷା ପରେ ଭଲ ସୁଯୋଗ ମିଳିପାରେ । ଚାକିରିଆଙ୍କର ଉନ୍ନତି ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁ ସହ ବୁଲିଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ ।
କୁମ୍ଭ : କାରବାର ବୃଦ୍ଧି ପାଇଁ ଭଲ ଅବସର ପାଇବେ । ଆପଣଙ୍କ ବ୍ୟବହାର ସକରାତ୍ମକ ହେବ । ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ ।
ମୀନ : ସକରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ । ଛାତ୍ରମାନେ ଲେଖାପଢା ବ୍ୟତୀତ ଖେଳକୁଦରେ ଭାଗ ନେବେ ।
