ଟ୍ରକରୁ ଡିଜେଲ୍ ଚୋରି

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଏଚପି ପେଟ୍ରୋଲ ପମ୍ପ ନିକଟରୁ ଗତ ରାତିରେ ଚାଳକମାନେ ବିଶ୍ରାମ ନେଉଥିବା ସମୟରେ ୨ ଟି ୧୨ ଚକିଆ ଓ ଗୋଟିଏ ୧୦ ଚକିଆ ଟ୍ରକରୁ ଡିଜେଲ୍ ଚୋରି ହୋଇଛି । ସେହିପରି ଉକ୍ତ ସ୍ଥାନରେ ଥିବା ଏକ କ୍ଷୀର ବୋଝେଇ ୪୦୭ ମିନି ଟ୍ରକର ବଳକା ଚକ, ବ୍ୟାଟେରୀ ଓ ଡିଜେଲ ମଧ୍ୟ ଚୋରମାନେ ଚୋରି କରି ନେଇଛନ୍ତି । ବ୍ୟସ୍ତ ବହୁଳ ୪୯ ନମ୍ବର ଜାତୀୟ ରାଜପଥରେ ଖିରେଇଟାଙ୍ଗିରୀ ଠାରୁ ତୁରୁମୁଙ୍ଗା ମଧ୍ୟରେ ନିୟମିତ ବ୍ୟବଧାନରେ ଯାନବାହାନରୁ ଡିଜେଲ୍ ଚୋରି ମାଲିକମାନଙ୍କ ଚିନ୍ତାର କାରଣ ହୋଇଛି । ଚୋରି ଉପରେ ଅଙ୍କୁଶ ଲଗାଇବାକୁ ହେଲେ ତୁରୁମୁଙ୍ଗା ପୁଲିସ ରାତ୍ରି କାଳୀନ ପଇଁତରା ଜୋରଦାର କରିବାକୁ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *