ସମ୍ପାଦକିୟ : ରବିନ୍ଦ୍ର ବିଏ ପାସ ପରେ ମେଟ୍ରିକ୍ ପରିକ୍ଷା ଦେବାକୁ ରାଜି ନୁହଁନ୍ତି। ମାନେ ସାଂସଦ ପରେ ବିଧାୟକ ହେବାକୁ ଇଛୁକ ନୁହନ୍ତି । ଏମିତିକି ପାରିବାରିକ ରାଜନୀତୀକୁ ବି ପସନ୍ଦ କରୁନାହାନ୍ତି । ସେଥି ପାଇଁ ବୋଧେ ସ୍ବରୂପଙ୍କୁ ଟିକଟ ଦିଆଯାଉ କହିଦେଇଥିଲେ। ମନେରଖିବେ ରବିନ୍ଦ୍ର ବାବୁ ସବୁ ହନୁମାନ ରାମଚନ୍ଦ୍ରଙ୍କ ଆଜ୍ଞାଧିନ ନୁହନ୍ତି। ଆଲୋଚନା ହେଉଛି ସ୍ବରୂପ ଦାସଙ୍କୁ ବିଜେଡିର ବିଧାୟକ ପ୍ରାର୍ଥୀ କରିବା ଅପାତ୍ରରେ ଦାନ,ସ୍ବରୂପ ଦାସ କାହାପାଇଁ କଣ କରିଛନ୍ତି ? ସେ ଜଣେ ପେଟିକଣ୍ଟ୍ରାକ୍ଟର ମାନେ ବାପାଙ୍କ ନାମରେଥିବା ରେଳ ଠିକାଦାର ଲାଇସେନ୍ସରେ କାମକରୁଥିବା ଶୁଣିବାକୁ ମିଳେ ତେବେ ଠିକାଦାର କଣ କରନ୍ତି ସମସ୍ତଙ୍କୁ ଜଣା। ଏକଥା ସତ ରବିନ୍ଦ୍ରଜେନାଙ୍କ ଏ ଭୁଲ ନିସ୍ପତି ପାଇଁ ସମୟ ଆସିଲେ ପସ୍ତାଇବାକୁ ପଡିବ । ସ୍ବରୂପ ଦାସ କାହାରି କିଛି କରିନାହାନ୍ତି କି ବିଧାୟକ ହେଲେ କରିପାରିବେନି। ବିଗତ ଦିନରେ ଜୀବନପ୍ରଦିପ ଦାସ ବାଲେଶ୍ବର ପାଇଁ ଅଭିଶାପ ଥିଲେ। ଏବେ ସ୍ବରୂପ ସେମିତି ଅଭିଶାପ ହେବେ। ବାଲେଶ୍ବର ବାସି ସାବଧାନ ଆଉଗୋଟେ ଜୀବନକୁ ବାଲେଶ୍ବରର ପ୍ରତିନିଧି କରାଯିବାରେ ପ୍ରତିବନ୍ଧକ ନସାଜିଲେ ନେଡିଗୁଡ କହୁଣିକୁ ବୋହିଯାଇ ପାରେ। ସ୍ବରୂପ ଏବେଠୁ ଅଭିନୟ ଆରମ୍ଭ କଲେଣି କଣନା ମୁଁ ଯାଣିନଥିଲି ଟିକଟ ପାଇବି ବୋଲି। ସତ ବାହାରି ଲାଣି ଷ୍ଟେସନଛକରେ ଆଲୋଚନା ହେଉଛି ୧୫ଲକ୍ଷ ଏବଂ ଗୋଟେ ଗାଡି କିଏ ଦେଇଥିଲା ଟିକଟ ପାଇଁ ପୂର୍ବତନ ପର୍ଯ୍ୟବେଖ୍ୟକଙ୍କୁ ? ୪କୋଟି ଟଙ୍କା ଭୁବନେଶ୍ବର ପିଏମଜି ସାମ୍ନାରୁ କିଏ ନେଲା ଆଳୁ ଖୋଳିଲେ ମହାଦେବ ବାହାରୁଛି , ସତ ବାହାରିବ ଲୋକ ଯାଣିବେ ଲୋକଙ୍କ ଚେହେରା କେତେ ସାଙ୍ଘାତିକ। ବାଲେଶ୍ବର ବାସୀ ସାବଧାନ ବାହାରୁ ଦେଖି ଭୋଟ ଦିଅନା ଭିତରଟା ଦେଖ। ବେଲେଶ୍ବରରେ ଯେତେ ବଡ ଉନ୍ନତି ହୋଇଛି , ଯେତେ ବଡ ପ୍ରକଳ୍ପ ହୋଇଛି ସବୁ ଶ୍ରିକାନ୍ତ ଜେନା ପରେ ରବିନ୍ଦ୍ର ଜେନା କରିଛନ୍ତି। ତାଙ୍କ ପୂର୍ବରୁ ଅରୁଣଦେଙ୍କ ଭୂମିକା ଥିଲା। ବିଜେଡି ଯାହାକୁ ପାରି ତାକୁ ଠିଆକରି ଲୋକଙ୍କୁ କେମିତି ଭକୁଆ କରାଯାଇପାରେ ଶିଖଉଛି। ମନେ ରଖିବେ ନବିନ ବାବୁ ବାଲେଶ୍ବର ବାସି ଭକୁଆ ନୁହଁନ୍ତି ଜଣେ ଠିକାଦାରକୁ ଭୋଟଦେଇ ଜିତେଇ ଦେବେ। ବରଂ ମାନସ ବାବୁ ଛୋଟପିଲା ହୁଅନ୍ତୁ ଲୋକ ତାଙ୍କୁ ସ୍ବରୂପଙ୍କ ଠାରୁ ଅଧିକ ପସନ୍ଦ କରିବେ। ବାପା ମଙ୍ଗୁଦତ୍ତଙ୍କ ଠାରୁ ବହୁଭୋଟରେ ଜିତିପାରନ୍ତି ମାନସ ଦତ୍ତ। କିନ୍ତୁ ବିଜେପି ଦଳିଆ ସତର୍କଥିବ ଏଥର ତୁମ ଫର୍ମୁଲା ମାନେ ଇଭିଏମ ଖେଳ ଜୋର ହେବ ା
