ରାଜଧାନୀରେ ପୁଣି ମାତିଲେ ଲୁଟେରା:CCTVରେ ଭିଡିଓ କଏଦ

ଭୁବନେଶ୍ବର : ରାଜଧାନୀରେ ପୁଣି ମାତିଲେ ଲୁଟେରା । ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ ସିରିଜ୍ ଲୁଟ୍ । ଏକକାଳୀନ ୪ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ରାସ୍ତାରେ ଥିବା ୪ଟି ଦୋକାନରୁ ଲୁଟ୍ । ଦୋକାନ ସଟର ତାଡି ବିଭିନ୍ନ ସାମଗ୍ରୀ ଲୁଟି ନେଲେ ଲୁଟେରା । ଖଣ୍ଡଗିରି ଥାନାର ମାତ୍ର ୫୦ ମିଟର ଦୂରରେ ଥିବା ଦୋକାନ ଗୁଡିକରୁ ଚୋରି ହୋଇଛି । ଏହି ଲୁଟ୍ ର ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *