କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ମାଓବାଦୀ, ସାଧାରଣ ଲୋକଙ୍କୁ କରୁଛନ୍ତି ଟାର୍ଗେଟ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ମାଓବାଦୀ । ସାଧାରଣ ଲୋକଙ୍କୁ କରୁଛନ୍ତି ଟାର୍ଗେଟ । ଫିରିଙ୍ଗିଆ ଥାନା ଶାଢ଼ିଙ୍ଗିଆ ପଞ୍ଚାୟତରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ମାଓବାଦୀଙ୍କ ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଫିରିଙ୍ଗିଆ ଥାନା ସାଡିଙ୍ଗିଆ କିଆମୁଣ୍ଡା ଗ୍ରାମର ପ୍ରିୟରଞ୍ଜନ କହଁର । କିଛିଦିନ ତଳେ କଳାହାଣ୍ଡି ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । ଏବେ ମାଓବାଦୀମାନେ ରକ୍ତମୁଖା ହୋଇ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା କହିଛନ୍ତି କନ୍ଧମାଳ ଏସ୍ପି । ଗତକାଲି କନ୍ଧମାଳରେ ଏକ ଠିକା ସଂସ୍ଥାର ୨ଟି ଜେସିବି ପୋଡ଼ିଥିଲେ ମାଓବାଦୀ । ସେହିପରି ଆଜି ବାଲିଗୁଡ଼ା ସହର ମଧ୍ୟରୁ ମଧ୍ୟ ମାଓ ପୋଷ୍ଟର ଜବତ କରିଛି ପୋଲିସ । ମାଓବାଦୀଙ୍କ କାର୍ଯ୍ୟକଳାପ ବଢ଼ିଥିବାରୁ ଲୋକଙ୍କ ମନରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *