୭୪ କେଜି ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ : ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଟାଟରକିଲା ଗ୍ରାମ ନିକଟରେ ବାଉଁଶୁଣୀ ପୁଲିସ ଏକ କାର ସହିତ ୭୪ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ବୌଦ୍ଧ ସହରର ବୁଟୁପାଲି ଅଂଚଳର ଆକାଶ ମେହେର ଓ ରାଜନପାଲିର ଶିବ ଦାସ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ, ଜଡାପାଲ ଅଂଚଳରୁ ଏକ କାରରେ ଆକାଶ ଓ ଶିବ ଗଞ୍ଜେଇ ଧରି ସମ୍ବଲପୁରକୁ ଚାଲାଣ କରୁଥିବା ସମୟରେ ବାଉଁଶୁଣୀ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଟାଟରକିଲା ଗ୍ରାମ ନିକଟରେ ସେହି କାର ଉପରେ ଚଢଉ କରିଥିଲା । କାର ତଲାସି କରାଯିବାରୁ କାରମଧ୍ୟରୁ ଗଞ୍ଜେଇ ମିଳିଥିଲା । ପୁଲିସ ଗଞ୍ଜେଇ ସହିତ କାରକୁ ଜବତ କରି ଗଞ୍ଜେଇ ଓଜନ କରିବାରୁ ୭୪ କିଲୋଗ୍ରାମ ହୋଇଥିଲା । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଆକାଶ ଓ ଶିବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave a Reply

Your email address will not be published. Required fields are marked *