କରୁନା କାୟା ବିସ୍ତାର କରିବାରେ ଲାଗିଥିବା ବେଳେ, ଗୁରୁଡ଼ିଝାଟିଆ ହାଟବଜାରରେ ଲାଗିଛି ଗହଳି

ଗୁରୁଡିଝାଟିଆ : କରୋନାର ୩ ୟ ଲହର ଗାଁ ଗାଁରେ ଏବେ ପ୍ରବେଶ କରିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାର ଉଦାହରଣ ଆଜି ଗୋଟିଏ ଦିନରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ୨୬ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଞ୍ଚଳରୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ପ୍ରକୃତିର ଲୋକମାନଙ୍କ ପାଇଁ କରୋନା ବୃଦ୍ଦି ପାଇବାରେ ଲାଗିଛି । ହାଟ ଓ ବଜାରରେ ଗହଳି ଦେଖିଲେ କରୋନା ଯେ ଆହୁରି ଅଧିକ କାୟା ବିସ୍ତାର କରିବ ଏଥିରୁ ବେଶ ବାରିହୋଇପଡୁଛି । କଖଡି ସପ୍ତାହିକ ହାଟରେ ଅଧିକାଂଶ ଲୋକଙ୍କ ପାଖରେ ମାକ୍ସ ନାହିଁ । ଯାତ୍ରାଭଳି ଲୋକ ଦେହକୁ ଦେହ ବଜାଇ ପନିପରିବା କିଣୁଛନ୍ତି ଓ ବିକ୍ରି କରୁଛନ୍ତି । ଏପରିକି ବ୍ୟବସାୟୀମାନେ ମଧ୍ୟ ମାକ୍ସ ପିନ୍ଧୁନାହାନ୍ତି ବା ଗ୍ରାହକମାନଙ୍କୁ ସଚେତନ କରୁନାହାନ୍ତି । ଅନେକ କରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷ ଖୁଲମଖୁଲା ବୁଲୁଛନ୍ତି । ପ୍ରଶାସନ କଟକଣା ସହିତ ଅନୁଶାସନ ସତେଅବା ଅକାମି ହୋଇପଡିଛି । ଏଭଳିସ୍ଥିତିରେ କରୋନା ଯେ ଆଗକୁ ବିସ୍ଫୋରକ ସ୍ଥିତି ନନେବ ତାହା କିଏ ବା କହିବ । ଆଜି ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରେ ବିଷ୍ଣୁପୁରର ଜଣେ ଯୁବତୀ (୧୫), ଆରତୀଷ୍ଟିଲରୁ ୩ ଜଣ, ଦ୍ୱାରାବତୀପୁର ଓ ସୀତାରାମପୁରରୁ ୧ ଜଣ ଲେଖାଏଁ, ଖୁଣ୍ଟୁଣୀରୁ ୨ ଜଣ, ରମ୍ପେଇରୁ ୧ ଜଣ, ଜିମସାରରୁ ୫ ଜଣ, ପାଇକରାପୁରରୁ ୧, ଓରନ୍ଦାରୁ ୧ ଜଣ ଓ ଖମାରନୂଆଗାଁ ସ୍ଥିତ ଅଲ୍ଟ୍ରାଟେକ ସିମେଣ୍ଟ କାରଖାନାରୁ ୧ ଜଣ ଆକ୍ରାନ୍ତ ହୋଇଥିବା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *