ନବରଙ୍ଗପୁର : ଦୀର୍ଘ ୫ ମାସ ହେଲା ସରକାରୀ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ପରିବାର । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡ଼ାଲଗୁଡା ଗ୍ରାମବାସୀ ଏଭଳି ଅଭିଯୋଗ କରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବାବେଳେ, କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖି ନିରାଶ ହୋଇଥିଲେ । ପୂର୍ବରୁ ବାରମ୍ବାର ଏ ସଂପର୍କରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି । ତାଙ୍କର ଟଙ୍କାକିଆ ଚାଉଳକୁ ହଡପକରି ଆତ୍ମସାତ କରାଯାଇଥିବା ହିତାଧିକାରୀମାନେ କହିଛନ୍ତି । ଗ୍ରାମର ଉଦ୍ଧବ ଭତ୍ରା, ସୁଲୋଚନା ହିଆଲ, ପନିର ହିଆଲ, କିରଣ ଖୁରା ଓ ଇସମାଏଲ ପ୍ରମୂଖ ଏହି ଅଭିଯୋଗ କରିବା ସହ ଗ୍ରାମର ପ୍ରାୟ ୨୦ ରୁ ଅଧିକ ପରିବାରକୁ ଚାଉଳ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜିଲା ଯୋଗାଣ ଅଧିକାରୀ ସଞିବ କୁମାର ସାହୁଙ୍କୁ ପଚାରିବାରୁ କେଉଁ କାରଣରୁ ହିତାଧିକାରୀଙ୍କୁ ଚାଉଳ ଦିଆଯାଉନି ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ।
