ସୋରରେ ଠକେଇ ଦେଲେ ଠିକାଦାର : ନିର୍ମାଣ ସରୁ ସରୁ ରାସ୍ତା ଫାଟି ଆଁ

ସୋର : ଠକେଇଦେଲେ ଠିକାଦାର ନିମ୍ନ ମାନର କାମକଲେ , କାମ ସରୁ ସରୁ ରାସ୍ତା ଫାଟିଗଲା , ଲୋକଙ୍କ ଅଭିଯୋଗ ମୂଳେ ସୋର ପୌରପାଳିକାରେ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଛି । ଜେଇ ମହୋଦୟ ଦେଖୁନାହାନ୍ତିକି କାର୍ଯ୍ୟସ୍ଥଳକୁ ଯାଉନାହାନ୍ତି I ଏନେଇ ସାଧାରଣ ଲୋକେ ସୋର ପୌର ଅଧିକାରୀଙ୍କୁ ଅଭିଯୋଗ କରିଥିବା ଜଣା ପଡିଛି। ସେପଟେ ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା ଓ ନାଳରେ ବଡ ବଡ ଫାଟ । ଦୀର୍ଘ ବର୍ଷ ଧରି ମୋହନପୁର ରାସ୍ତା ଦୟନୀୟ ଯୋଗୁ ଯାତାୟାତରେ ଖଣ୍ଡାସାହି, ମେଘମାଧବ, କୋଦଣ୍ଡପୁର, ଚକ୍ରବାରହାପୁର, କ୍ଷୀରକୋଣୀ, ମଧୁସୂଦନପୁର, ଏକସାୟା ଓ ତୁଣ୍ଡପଡା ଲୋକେ ହଇରାଣ ହେବା ସହିତ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ। ପୌରପାଳିକା ପକ୍ଷରୁ ସ୍ଥାନୀୟ ଲୋକଙ୍କ ଦାବିକୁ ପୂରଣ କରିବାକୁ ଯାଇ ନାଳ ଓ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ପୌରପାଳିକା ପକ୍ଷରୁ ୨୦୧୭-୧୮ ମସିହାରେ ସେହି ରାସ୍ତା ଓ ନାଳ ପାଇଁ ଉନ୍ନତି ଯୋଜନାରୁ ୬ ଲକ୍ଷ ଟଙ୍କା ଅନୁଦାନ ଦେବା ପରେ ଠିକାଦାର ନିର୍ମାଣ କାମ ସାରିଥିଲେ। ତାହା ବର୍ତ୍ତମାନ ଫାଟିଯାଇଥିବା ନେଇ ସେକ ମସଲ୍ଲାଦିନ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଉ କିଛି ଲୋକ ଅଭିଯୋଗ ଆଣି କହିଛନ୍ତି ପୈରପରିଷଦ ନିର୍ବାଚନ ନହେଉଥିବାରୁ କାର୍ଯ୍ୟାଳୟର କର୍ମଚାରି ମାନେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ଯାହାର କାରଣ ସୋରୂପ ଏଇଭଳି ବେ ଆଇନ କାର୍ଯ୍ୟମାନ ବଢି ବଢି ଚାଲିଛି I ଯାହାର ବଡ ଉଦାହରଣ ସଫେଇ ଯାଲିଆତି I ତେବେ ଦେଖିବାକୁ ବାକି ରହିଲା ଉକ୍ତ ଠିକାଦାରଙ୍କ ଉପରେ କିପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ? ନା ଠିକାଦାରଙ୍କୁ ସାତଦୋଶ ଖ୍ୟମାକରି ପିସି ନେଇ ଛାଡିଦିଆ ଯାଉଛି ?

Leave a Reply

Your email address will not be published. Required fields are marked *