ଭୁବନେଶ୍ୱର : ପୁଣି ଫେରିଲା ମମିତା ତାତି । ରାଜଧାନୀରେ ବିଜେପିର ବିକ୍ଷୋଭ । କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପିର ନବୀନ ନିବାସ ଘେରାଉ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ନବୀନ ନିବାସ ଅଭିମୁଖେ ବିଜେପି । ଘଟଣାକୁ ୪ ମାସ ବିତିଗଲା ହେଲେ ମମିତାଙ୍କୁ ମିଳିଲାନି ନ୍ୟାୟ । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବା ପାଇଁ ରାଜମହଲ ଛକରୁ ନବୀନ ନିବାସ ଯାଏଁ ଯିବ ବିଜେପି । ଅନ୍ୟପଟେ ନବୀନ ନିବାସ ସମ୍ମୁଖରେ ବଢାଗଲା ସୁରକ୍ଷା । ପୁରା ଅଞ୍ଚଳରେ ପୋଲିସର ଛାଉଣୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଟ ୧୭ ପ୍ଲାଟୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେବଳ ଶିଶୁଭବନରେ ୧୦ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
