ନବଜାତ ଶିଶୁ ମୃତ୍ୟୁରେ ଦେଶରେ ୨ ନମ୍ବର ଓଡ଼ିଶା

ଭୁବନେଶ୍ୱର : ପୁଣି ରାଜ୍ୟ ପାଇଁ ଲଜ୍ୟା । ଜାତୀୟ ଗ୍ରାମୀଣ ସ୍ଵାସ୍ଥ୍ୟ ପରିସଂଖ୍ୟାନରେ ଆସିଲା ସଂଘାତିକ ତଥ୍ୟ । ନବଜାତ ଶିଶୁ ମୃତ୍ୟୁରେ ଦେଶରେ ୨ ନମ୍ବର ଓଡ଼ିଶା । ନବଜାତ ମୃତ୍ୟୁରେ ବିହାର ପରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଶିଶୁମୃତ୍ୟୁରେ ଦେଶରେ ୪ ନମ୍ବରରେ ଓଡ଼ିଶା ।

ଏପରିକି ରାଜ୍ୟରେ ଆବଶ୍ୟକତା ଅନୁସାରେ ଶିଶୁରୋଗ ବିଶେଷଜ୍ଞ ନାହାନ୍ତି । ଅନେକ ଡାକ୍ତରଖାନା ଶିଶୁରୋଗ ବିଶେଷଜ୍ଞଙ୍କ ବିନା ଚାଲିଛି । ଯାହା ରାଜ୍ୟ ସରକାରଙ୍କ ପ୍ରେସମିଟର ପୋଲ୍ ଖୋଲିଛି । ୱାହ-ୱାହା ନେବାକୁ ରାଜ୍ୟ ସରକାର କହିଥିଲେ କମ୍ ଚାପିଥିଲେ ବେଶୀ । ମୃତ୍ୟୁହାର ହ୍ରାସ କଥା କହିଥିଲେ । କିନ୍ତୁ ନବଜାତ ମୃତ୍ୟୁରେ ଏତେ ଖରାପ ରିପୋର୍ଟ କଥାକୁ ଚାପିବାକୁ ଚେଷ୍ଟା କରିଥିଲେ ।

ରିପୋର୍ଟ ଅନୁସାରେ ଓଡ଼ିଶାରେ ପ୍ରତି ହଜାରରେ ୩୦ ଜଣ ନବଜାତଙ୍କ ମୃତ୍ୟୁ ହେଉଛି । ଓଡ଼ିଶାରେ ପ୍ରତି ହଜାରରେ ୩୬ ଶିଶୁଙ୍କ ଜୀବନ ଯାଉଛି । ଶିଶୁ ମୃତ୍ୟୁରେ ଦେଶର ଖରାପ ପ୍ରଦର୍ଶନ କରିଥିବା ୫ ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ରହିଛି । ଯାହା ଦର୍ଶାଉଛି, ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ବ୍ୟବସ୍ଥାର ସ୍ଥିତି କ’ଣ ?

Leave a Reply

Your email address will not be published. Required fields are marked *