ନୂଆଦିଲ୍ଲୀ : ଆଜିକାଲିର ଯୁବପିଢିଙ୍କ ସ୍ମାର୍ଟଫୋନ୍ ଏକ ଫ୍ୟାସନ୍ରେ ପରିଣତ ହୋଇଛି । ସ୍ମାର୍ଟ ଫୋନ୍ ନ ଧରିଲେ ନ ଚଳେ ମଧ୍ୟ । କାରଣ ଏହା କେବଳ ଯୋଗାଯୋଗ ନୁହେଁ, ଶିକ୍ଷା ଏବଂ ଆଉ କେତେକ କ୍ଷେତ୍ରରେ ଏହାକୁ ବହୁଳ ବ୍ୟବହାର କରାଯାଉଛି ।
ତେଣୁ କରି ୨୪ ଘଣ୍ଟା ଆମେ ସ୍ମାର୍ଟ ଫୋନ୍ରେ କାମ କରୁଛେ । କିନ୍ତୁ ଅଧିକ ସମୟ ସ୍ମାର୍ଟ ଫୋନ୍ ସହ ସମୟ କାଟିଲେ ଏହା ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ । ସ୍ୱାସ୍ଥ୍ୟ ସମସ୍ୟା ଯାହାକି ଅବସାଦ । ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ସମୟ ସ୍ମାର୍ଟ ଫୋନ୍ ବ୍ୟବହାର କରନ୍ତି ତେବେ ସେ ଅବସାଦର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏନେଇ ଦକ୍ଷିଣ କୋରିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ । ଅତ୍ୟଧିକ ସମୟ ଏହାକୁ ବ୍ୟବହାର କରୁଥିବା କେତେକ ବ୍ୟକ୍ତିଙ୍କୁ ସର୍ଭେ ପରିସରଭୁକ୍ତ କରାଯାଇଥିଲା ।
ଏହି ସମୟରେ ସେମାନଙ୍କ ମାନସିକ ସ୍ଥିତିକୁ ତନ୍ନ ତନ୍ନ କରି ବିଶେଷଜ୍ଞମାନେ ତର୍ଜମା କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତି ଅବସାଦ ଜନିତ ସମସ୍ୟା ସହ ଜଡିତ ଥିବାର ଜଣାପଡିଥିଲ । ତେଣୁ ଯଦି ଜଣେ ବ୍ୟକ୍ତି ସ୍ମାର୍ଟଫୋନ୍ ବ୍ୟବହାର କରୁଛି ତେବେ ତାହାର ସମୟସୀମା ପ୍ରତି ସଚେତନ ରହିବା ଦରକାର ।
