ଚୋରି କଲା ବେଳେ ଅଘଟଣ : କାରଖାନା ଛାତରୁ ପଡିଗଲା ଚୋର, ଚାଲିଗଲା ଜୀବନ

ସୁନ୍ଦରଗଡ : ଚୋରି କଲା ବେଳେ ଅଘଟଣ । କାରଖାନା ଛାତରୁ ପଡିଗଲା ଚୋର । ଚାଲିଗଲା ଜୀବନ । ଏପରି ଅଭବାନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଜମପାଲିଠାରେ ।

ସୂଚନା ଅନୁସାରେ, ଜମପାଲିଠାରେ ଏକ ବନ୍ଦ ପଡିଥିବା କାରଖାନା ରହିଛି । ଏଠାରୁ ଜଣେ ଚୋର ଲୁହା ଚୋରି କରିବାକୁ ଆସିଥିଲେ । ହେଲେ ସେ କାରଖାନା ଛାତରୁ ଖସି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ହେଲେ ସ୍ଥାନୀୟ ପୋଡ଼ସିଙ୍ଗ ଗାଁର ଚାମୁ ଟପ୍ପୋ । ରାଜଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଏହି କାରଖାନା ୨୦୨୦ ମସିହାରୁ ବନ୍ଦ ରହିଛି । କାରଖାନାରୁ ଅନେକ ବଡ ବଡ ଲୁହା ଚୋରି ହେଉଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *