କଟକରେ ତାଲିବାନୀ ଶାସନର ନଗ୍ନ ଚିତ୍ର, ଉଦ୍ଧାର ଟଙ୍କା ଫେରାଉ ନଥିବାରୁ ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ୬ କିଲୋମିଟର ଦୌଡ଼ାଇଲେ ୫ ଯୁବକ

କଟକ : କଟକରେ ତାଲିବାନୀ ଶାସନର ନଗ୍ନ ଚିତ୍ର । ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠୁଛି । ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ୬ କିଲୋମିଟର ଦୌଡ଼ାଇଲେ ୫ ଯୁବକ । ଉଦ୍ଧାର ଟଙ୍କା ଫେରାଉ ନଥିବାରୁ ଏଭଳି କାଣ୍ଡ ଭିଆଇଛନ୍ତି ଏହି ଯୁବକମାନେ । ସେଲଟର ଛକରୁ ମିଶନ ରୋଡ୍ ଯାଏଁ ପୀଡ଼ିତ ଜଣଙ୍କୁ ଘୋଷଡ଼ା ଯାଇଛି । ଭିଡିଓ ଭାଇରାଲ ପରେ କଟକରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି ।

ଏନେଇ ଥାନାରେ ଅଭିଯୋଗ ହୋଇ ନଥିଲେ ବି ପୋଲିସ ନିଜ ଆଡ଼ୁ ମାମଲାକୁ ଗୁରୁତର ସହ ନେଇଛି । ଯେତେବେଳେ ଏହି ଘଟଣା ଚାଲିଥିଲା, ଅନେକ ଲୋକ ସେହି ରାସ୍ତାରେ ଯିବା ଆସିବା କରୁଥିଲେ । ଏହି ସମୟରେ କେହି ହେଲେ ବି ସେମାନଙ୍କୁ ଅଟକାଇ ନଥିଲେ । ତାଲିବାନୀ ଶାସନ କଥା ଉଠିଲେ ସମସ୍ତେ ଡରିଯାଆନ୍ତି । ହେଲେ କଟକରେ ଏଭଳି ଭାବରେ ଖୁଲମଖୁଲା ଯୁବକମାନେ ଗୁଣ୍ଡାଗର୍ଦି କରୁଛନ୍ତି ।

ଯାହା ଦେଖିଲେ ଭୟ ଲାଗୁଛି । ବିଚ୍‌ ରାସ୍ତାରେ ଯୁବକଙ୍କୁ ଟାଣି ଟାଣି ନେଉଥିଲେ । ଟଙ୍କା ନଫେରାଇବାରୁ ଅମାନୁଷିକ କାଣ୍ଡ । ଏ ଘଟଣା ଭାଇରାଲ ହେବା ପରେ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Leave a Reply

Your email address will not be published. Required fields are marked *