ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ

ବ୍ରହ୍ମଗିରି : ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ । ୧୦୦ ରୁ ଅଧିକ ଯାତ୍ରୀ ଓ ୧୦ଟି ବାଇକ୍‌ ସହ ୨ଟି ବସ୍‌ ଫସିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ଯାତ୍ରୀବାହି ଭସାପୋଲ । ତେବେ କିଛି ବାଟ ଗଲା ପରେ ଚ୍ୟାନେଲ୍‌ ଠାରୁ ବିଚ୍ୟୁତ ହୋଇ ଚିଲିକା ମଝିରେ ଲାଗି ରହିଛି । ଭସାପୋଲରେ ୧୦ ଟି ବାଇକ୍‌, ୨ଟି ବସ୍‌ ସହ ୧୦୦ ରୁ ଅଧିକ ଯାତ୍ରୀ ଫସିରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *