ମେଷ : ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି । ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ । ଦୟାଧର୍ମରେ ବିଲୀନ ହେବେ। ସରକାରୀ ଅର୍ଥ ମିଳିବ ।
ବୃଷ : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି । ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ । ପୁଣ୍ୟବାନ୍ ବା ସୁବିମଳ ଯଶସ୍ବୀ ହେବେ। ପାପ, ତାପ, ପରିହାରକ ହୋଇପାରନ୍ତି । ପୁଣ୍ୟପ୍ରଭା ପତ୍ନୀ ସହଯୋଗୀ ହେବେ ।
ମିଥୁନ : ଶ୍ରୀଚନ୍ଦ୍ର ଭୋଗ ହେତୁ ବିନୟୀ, ପ୍ରୀତିଜନକ, ମନୋହର ହାସ୍ୟ ବିଶିଷ୍ଟ ହୋଇପାରନ୍ତି । ସଂଗୀତ ପ୍ରିୟ ହେବେ । ବଦାନ୍ୟତା ଗୁଣରୁ ଲୋକପୂଜ୍ୟ ହେବେ । ଉପଯୁକ୍ତ ମନ୍ତ୍ରଣାଦାତା ଓ ସୁଖୀ ହେବେ ।
କର୍କଟ : ଚଞ୍ଚଳଚେଷ୍ଟିତ ହେବେ । ନିରାଡ଼ମ୍ବର ଓ ସରଳ ଜୀବନଯାପନ କରିପାରନ୍ତି । ସଂଯମୀ ସାଧନା ସିଦ୍ଧିପ୍ରାପ୍ତିର ଆଧାର ହେବ । ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ । ଧର୍ମକାର୍ଯ୍ୟରେ ଧନ ବ୍ୟୟ ହେବ ।
ସିଂହ : ମହାକ୍ରମୋ, ମହାକର୍ମା, ମହାତେଜା ହୋଇପାରନ୍ତି । ସରକାରୀ କୃପା ଲାଭ କରିବେ । ମନର ଆବେଗକୁ ଶାନ୍ତ କରିପାରନ୍ତି । ସତ୍ୟ, ଶୌଚ, ଦୟା ଓ ଦାନ ଆପଣଙ୍କ ମୂଳମନ୍ତ୍ର ହେବ । ଜନକଲ୍ୟାଣରେ ନିୟୋଜିତ ହେବେ ।
କନ୍ୟା : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ । ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି । ଦୟାର୍ଦ୍ରଚିତ୍ତ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଲାଭଜନକ ହେବ ।
ତୁଳା : ସତ୍ୟଧର୍ମ ପରାୟଣ ହେବେ । ନିଜର ଭାଗ୍ୟନିୟନ୍ତା ନିଜେ ହେବେ । କର୍ମ ବଳରେ ବଳୀୟାନ ହୋଇପାରନ୍ତି । ସପତ୍ନୀକ ଶୁଭକାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ ।
ବିଛା : ଈପ୍ସିତ ସୁବିଧା, ସୁଯୋଗ ପାଇ ଲାଭବାନ୍ ହେବେ । ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ । ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗକୁ ବାଛିନେବେ । ସଂକଟକୁ ନଡରି ମୁକାବିଲା କରିବେ ।
ଧନୁ : ନମ୍ରତାର ପ୍ରତୀକ ହୋଇପାରନ୍ତି । କାର୍ଯ୍ୟ ଫଳପ୍ରସୂ ହୋଇଛି, ହେଉଛି ଓ ହେବାର ସୂଚନା ମିଳୁଛି । ଚେତନାର ଉଳ ପ୍ରଦୀପ ହେବେ । ପୁଣ୍ୟପ୍ରଭା ପତ୍ନୀଙ୍କ ଠାରୁ ପରାମର୍ଶ ମିଳିବ । ବାଣିଜ୍ୟ ଲାଭଦାୟକ ହେବ ।
ମକର : ଶତ୍ରୁତାର ଅବସାନ ଘଟାଇ ପାରନ୍ତି । ଋଣ ଗ୍ରହୀତାଭାବେ ଋଣଦାତାଙ୍କ ବିରାଗଭାଜନ ହୋଇପାରନ୍ତି । ଧୀ ଶକ୍ତି ସମ୍ପନ୍ନ ହେବେ । ଭ୍ରାତୃଭାବ ଅତୁଟ ରହିବ । ମନକୁ ସାଧିଲେ ସବୁ ସାଧ୍ୟ ହୋଇଯିବ ।
କୁମ୍ଭ : ଈଶ୍ବରୀୟ ସତ୍ତାକୁ ଅନୁଭବ କରିପାରନ୍ତି । ଆତ୍ମୀୟସ୍ବଜନ, ଧନ ଆଦିରେ ଆସକ୍ତି ଶୂନ୍ୟତା ଓ ମମତା ଶୂନ୍ୟତା ଯୋଗୁଁ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଶାସ୍ତ୍ରାଦି ଅଧ୍ୟୟନରତ ହେବେ ।
ମୀନ : କୃଷି ବିଶାରଦଭାବେ କୃଷକଙ୍କ ପରାମର୍ଶଦାତା ହେବେ । ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି । ଶ୍ରମ ସାର୍ଥକ ହେବ । ପ୍ରଥମେ ଭୁଲ ବୁଝାମଣା ଘଟିଲେ ବି ତା’ର ସୁଧାର ଆଣିପାରନ୍ତି ।
