ବଲାଙ୍ଗୀର : ସରକାର ଶାସନର ଅନେକ ବର୍ଷ ବିତିଯାଇଛି ହେଲେ ଏବେବି ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମାଣ ହୋଇନଥିବାରୁ ଛୋଟ ଛୋଟ ଶିଶୁମାନେ ଏବେ ଅସୁରକ୍ଷିତ ଅବସ୍ଥାରେ ପାଠ ପଢୁଛନ୍ତି । ସମସ୍ତଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ, ଏଠାରେ ତାହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଗାଁରେ ଅଙ୍ଗନବାଡ଼ି ସେଣ୍ଟରଟିଏ ନିର୍ମାଣ ହୋଇନଥିବାରୁ ଦୀର୍ଘ ୨୭ ବର୍ଷ ହେଲା ଅସୁରକ୍ଷିତ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବା ଦେଖିବାକୁ ମିଳିଛି । ହେଲେ କାହାରି ନଜର ପଡ଼ିନାହିଁ ।
ବଲାଙ୍ଗୀର ଜିଲ୍ଲା ଆଦିବାସୀ ଅଂଚଳ ଭାବେ ଜଣାଶୁଣା ତୁରେକେଲା ବ୍ଲକ କୁଇବାହାଲ ପଞ୍ଚାୟତ ସମରସିଂ ଗାଁରେ ଏହି ଭିଜୁଆଲକୁ ଦେଖିଲେ କେତେ ବିକାଶ ହୋଇଛି ଯେ ଜଣାପଡି ଯାଉଛି । ଚାଳ ଛପରରେ ନିର୍ମିତ ହୋଇଥିବା ସ୍ଥାନରେ ଛାତ୍ରଛାତ୍ରୀମାନେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢ଼ାଯାଉଥିବା ଅଭିଯୋଗ ହେଉଛି । କେତେବେଳେ କ’ଣ ଘଟଣା ଘଟିବ କେହି କହି ପାରିବେ ନାହିଁ । ଏ ଦିଗରେ ପ୍ରଶାସନ ପକ୍ଷରୁ କେବେ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।
