ବାତ୍ୟା ଗୁଜବ ଠାରୁ ଦୁରେଇ ରହିବାକୁ ଟୁଇଟ କରି କହିଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର : ବାତ୍ୟା ଗୁଜବ ଠାରୁ ଦୁରେଇ ରହିବାକୁ ଟୁଇଟ କରି କହିଲା ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ୍‌ କରି କହିଛି ଯେ, ବାତ୍ୟା ସମ୍ବନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ ।

ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ ଘଣ୍ଟା କାର୍ଯ୍ୟରତ । ତେଣୁ ଆପଣମାନେ ଗୁଜବ ଠାରୁ ଦୁରେଇ ରୁହନ୍ତୁ । ଅକ୍ଟୋବର ୧୮ ରୁ ୨୫ ମଧ୍ୟରେ ବଙ୍ଗୋପସାଗରରେ ସୁପର୍‌ସାଇକ୍ଲୋନ୍‌ ସୃଷ୍ଟି ହେବାର ସମ୍ଭାବନା ଥିବା କଥା ଆମେରିକାର ପାଣିପାଗ ପୂର୍ବାଭାସ ମଡେଲ୍‌ ‘ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ସିଷ୍ଟମ୍‌’ (ଜିଏଫ୍‌ଏସ୍‌) ପକ୍ଷରୁ କୁହାଯାଇଛି । ତେବେ ଏହା ଉପରେ ଭାରତୀୟ ପଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

କାନଡାସ୍ଥିତ ସସ୍‌କାଚ୍‌ୱାନ୍‌ ବିଶ୍ବବିଦ୍ୟାଳୟର ପାଣିପାଗ ଓ ଜଳବାୟୁ ଉପରେ ‘ପିଏଚ୍‌ଡି’ କରୁଥିବା ଗବେଷକ ତଥା ପାଣିପାଗ ବିଶେଷଜ୍ଞ ମୋସ୍ତାଫା କମଲ୍‌ ପଲାଶ୍‌ କହିଛନ୍ତି, ଅକ୍ଟୋବର ୧୭ ରେ ସୃଷ୍ଟି ହେବାର ସମ୍ଭାବନା ଥିବା ଲଘୁଚାପଟି ଅକ୍ଟୋବର ୧୮ ସୁଦ୍ଧା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବ ବୋଲି ଜଣାପଡୁଛି ।

Leave a Reply

Your email address will not be published. Required fields are marked *