ଭୁବନେଶ୍ୱର : ଶିକ୍ଷକଙ୍କ ଉପସ୍ଥାନ ଓ ସମୟ ଯାଞ୍ଚ ପାଇଁ ଗଣଶିକ୍ଷା ବିଭାଗର ଅତ୍ୟାଧୁନିକ ବ୍ୟବସ୍ଥା କେବେ ? ଅତୀତର ଯୋଜନା ଥିବା ବାୟୋମେଟ୍ରିକ ଉପସ୍ଥାନ ଯୋଜନା କେବେଠାରୁ ଲାଗୁ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । କେଉଁ ସମୟରେ ଶିକ୍ଷକମାନେ ସ୍କୁଲ ଆସୁଛନ୍ତି ? ସ୍କୁଲରେ କେତେ ସମୟ ରହୁଛନ୍ତି ? ଏସବୁକୁ ତଦାରଖ ପାଇଁ ଗଣଶିକ୍ଷା ବିଭାଗ ବାୟୋମେଟ୍ରିକ ବ୍ୟବସ୍ଥା ଭଳି ଅଭିନବ ଯୋଜନା କରିଥିଲା । ଏଥିପାଇଁ ସମସ୍ତ ଅଂଶୀଦାରମାନଙ୍କ ସହିତ ଆଲୋଚନା ହେବା ସହ ବ୍ୟୟ ବରାଦ ମଧ୍ୟ ସରିଲା । ହେଲେ ଏହା କେବେଠାରୁ ଲାଗୁ ହେବ ତାକୁ ନେଇ ପ୍ରଶ୍ନ ଉଠୁଛି ।
ନିର୍ଦ୍ଧାରିତ ସମୟରେ ସ୍କୁଲ ଆସୁନାହାନ୍ତି ସରକାରୀ ସ୍କୁଲର ଶିକ୍ଷକ । ଶିକ୍ଷକମାନେ କିଛି ସ୍ଥାନରେ ବିଳମ୍ୱରେ ପହଞ୍ଚି୍ଥିବାବେଳେ ଆଉ କେଉଁଠି ଜମା ଆସୁନାହାନ୍ତି । ଗଣଶିକ୍ଷା ମନ୍ତ୍ରୀ ନିକଟରେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫଳ ସ୍ୱରୁପ ବିଭିନ୍ନ ଜିଲ୍ଲା ପାଇଁ ଅଧିକାରୀମାନଙ୍କୁ ନିଯୁକ୍ତି କରାଯାଇଛି । ସେମାନେ ଅଚାନକ ଗସ୍ତ କରି ସ୍କୁଲର ସ୍ଥିତି ପରଖିବେ । ଶିକ୍ଷକଙ୍କ ଉପସ୍ଥାନ ଓ ଶୈଶିକ୍ଷମାନ ଯାଞ୍ଚ କରିବେ । ସ୍କୁଲର ଅଭାବ ଅସୁବିଧା ବାବଦରେ ବିଭାଗକୁ ରିପୋର୍ଟ ଦେବେ । ହେଲେ ପ୍ରଶ୍ନ ଉଠୁଛି ଶିକ୍ଷକଙ୍କ ଉପସ୍ଥାନ ଓ ସମୟ ଯାଞ୍ଚ ପାଇଁ ଗଣଶିକ୍ଷା ବିଭାଗର ଅତ୍ୟାଧୁନିକ ବ୍ୟବସ୍ଥା କେବେ ? ଅତୀତର ଯୋଜନା ଥିବା ବାୟୋମେଟ୍ରିକ ଉପସ୍ଥାନ ଯୋଜନା କେବେ ଠାରୁ ଲାଗୁ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।
୨୦୧୪ ମସିହାରୁ ହୋଇଥିବା ଏହି ଯୋଜନା ଏବେ ଶୀତଳଭଣ୍ଡାରରେ ପଡିରହିଛି । ଇତି ମଧ୍ୟରେ ୫ ରୁ ଅଧିକ ମନ୍ତ୍ରୀ ଓ ସଚିବ ବଦଳି ଥିବାବେଳେ ଯୋଜନା କେବଳ ଯୋଜନାରେ ହିଁ ସୀମିତ ରହିଛି । ଅନ୍ୟପଟେ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଗଲେ ସହଜରେ ଶିକ୍ଷକଙ୍କ ଉପସ୍ଥାପନ ଓ ଶିକ୍ଷାଦନ ସମୟ ଯାଞ୍ଚ କରାଯାଇପାରିବ ବୋଲି ଶିକ୍ଷାବିତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଖାଲି ଉପସ୍ଥାନ ସମୟ ଯାଞ୍ଚ କଲେ ଗୁଣାତ୍ମକ ଶିକ୍ଷା ମିଳିବନି । ଏଥିପାଇଁ ସ୍କୁଲଗୁଡିକୁ ବିଭାଗ ଆବ୍ୟକ ସଂଖ୍ୟକ ଶିକ୍ଷକ ମଧ୍ୟ ଯୋଗାଇ ଦେବା ଜରୁରୀ ।
