ଆଜି ନୀଳଗିରି ୧୨ ଘଣ୍ଟିଆ ବନ୍ଦ ଡ଼ାକରା, ସାମ୍ବାଦିକଙ୍କୁ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ

ନୀଳଗିରି : ବୁଧବାର ନୀଳଗିରି ୧୨ ଘଣ୍ଟିଆ ବନ୍ଦ ଡ଼ାକରା । ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ । ଏଥିରେ ନୀଳଗିରିର ସମସ୍ତ ରାଜନୈତିକ ଦଳ, ଜନସାଧାରଣ, ସାମ୍ବାଦିକ ସାମିଲ ହୋଇଛନ୍ତି । ତେବେ କେବଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ଅଫିସ, ଦୋକାନ ବନ୍ଦ ହୋଇଛି । ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ବନ୍ଦ କରି ଦିଆଯାଇଛି । ସାମ୍ବାଦିକଙ୍କ ଉପରେ ପୋଲିସର ଏଭଳି ଜୁଲମକୁ ସବୁଆଡେ ନିନ୍ଦା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *