ଚୋରା ଚାଲାଣ ସମୟରେ ୪ କ୍ୱିଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ

ବାଲିଗୁଡ଼ା : ଧରାପଡିଗଲା ଚୋରା କାରବାର । ୪ କ୍ୱିଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଘଟଣାରେ ସଂପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଜଣ ଫେରାର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଖବର ଅନୁଯାୟୀ, ଅଞ୍ଚଳରେ ଗଞ୍ଜେଇ କାରବାର୍‌ ଚାଲିଥିବା ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଲିଗୁଡ଼ା ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ବାଲିଗୁଡ଼ାରୁ ବାହାର ଜିଲ୍ଲାକୁ ଚୋରା ଚାଲାଣ ବେଳେ ୪ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଏହା ସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ହେବାରେ ସଫଳ ହୋଇଛନ୍ତି । ତେବେ ଗିରଫ ବ୍ୟକ୍ତି ଜଣଙ୍କ ବାଲିଗୁଡ଼ା ଥାନା ସଲାଗୁଡ଼ାର ମନୋଜ କହଁର ବୋଲି ଜଣାପଡିଛି । ଚୋରା କାରବାରରେ ସଂପୃକ୍ତ ସମସ୍ତଙ୍କ ନାମରେ ମାମଲା ରୁଜୁ କରି ଛାନ୍‌ଭିନ୍‌ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *