ବଢିବ ପାରଦ, କମିବ ଶୀତ

ଭୁବନେଶ୍ଵର : ବଢିବ ପାରଦ, କମିବ ଶୀତ । ରାଜ୍ୟରେ ଆଉ ଗୋଟିଏ ଦିନ ଶୀତ ହେବା ପରେ ତାପମାତ୍ର ବୃଦ୍ଧି ପାଇବ । ବିଶେଷ କରି ରାତ୍ରିକାଳୀନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ହେବ ବୋଲି ଜଣାପଡିଛି । ଏହି ଜିଲ୍ଲାଗୁଡିକ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା । ଅନ୍ୟପଟେ ୮ ତାରିଖରୁ ଶୀତ କମିବା ସହିତ ଘନ କୁହୁଡି ଦେଖିବାକୁ ମିଳିବ । ୮ ରେ ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଅନୁଗୁଳ ଢେଙ୍କାନାଳରେ କୁହୁଡିର ପ୍ରଭାବ ରହିବ । ସେହିପରି ୯ ତାରିଖରେ ଏସବୁ ଜିଲ୍ଲା ସହିତ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ କୁହୁଡିର ପ୍ରଭାବ ରହିବ । ଏହି ସବୁ ଜିଲ୍ଲାଗୁଡିକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *