ଚଣ୍ଡିଖୋଲ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ସରଗରମ । ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଏହାସହ ଧାରଣା ମଧ୍ୟ ଦେଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆସୁଂଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ଖବର ଅନୁଯାୟୀ, ନୂଆସୁଂଗୁଡ଼ାକୁ ରାଜସ୍ୱ ଗାଁର ମାନ୍ୟତା ଦାବି ନେଇ ଗ୍ରାମବାସୀମାନେ ପଞ୍ଚାୟତ ଭୋଟକୁ ବର୍ଜନ କରିବା ନିଷ୍ପତ୍ତି ନେବା ସହ ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । ଭୌଗଳିକ ଦୃଷ୍ଟିକୋରଣରୁ ସୁଙ୍ଗୁଡ଼ା ପଞ୍ଚାୟତର ନୂଆସୁଂଗୁଡ଼ା ଗାଁ ବେଶ୍ ଗୁରୁତ୍ୱ ବହମ କରୁଛି । ବାରମ୍ବାର ବିଭିନ୍ନ ପ୍ରଶାସନିକ ସ୍ତରରେ ନୂଆସୁଂଗୁଡ଼ାକୁ ରାଜସ୍ୱ ଗାଁର ମାନ୍ୟତା ଦେବା ପାଇଁ ଦାବି କରି ଆସୁଥିଲେ ବି ଆଜି ସୁଦ୍ଧା ରାଜସ୍ବ ଗାଁରୁ ବଞ୍ଚିତ ହୋଇଛି । ଯାହାଲାଗି ବିଭିନ୍ନ ମୌଳିକ ସୁବିଧାରୁ ଗାଁ ବଞ୍ଚିତ ହେଉଛି । ଶେଷରେ ଯଦି ଗାଁବାସୀଙ୍କ ଦାବି ପୂରଣ ନହେବ ତେବେ ଆଗାମୀ ଦିନରେ ଭୋଟ ବର୍ଜନ ସହ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।
