ଫେରିଗଲେ ମହାରଥୀ ସରିଗଲା ରାଜନୀତି : ବେସାହାରା ହେଲା ପିପିଲି

ଭୁବନେଶ୍ୱର: ଫେରିଗଲେ ମହାରଥୀ ସରିଗଲା ରାଜନିତି , ଆଉ ସୁଭିବନି ଶହେ ଘୁଡାକୁ ଶହେ ହାତି ଏକା ଲଢିବ ମହାରଥୀ ା ଆରପାରିରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । କରୋନା ପଜିଟିଭ ପରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଟଥିବା ଜଣାପଡିଛି  । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତରମାନେ ତାଙ୍କ ଉପରେ ୪୮ ଘଣ୍ଟିଆ ନଜର ରଖିଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ନେବା ପାଇଁ ଯୋଜନା ହୋଇଥିଲା । ହେଲେ ଇତି ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିବା  ସୂଚନା ମିଳିଛି ।  ରବିବାର ରାତି ୩ ଟା ବେଳେ ମୃତ୍ୟୁ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଭୋର ସମୟରେ ସ୍ବର୍ଗତ ମହାରଥୀଙ୍କ ମର ଶରୀରକୁ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନକୁ ନିଆଯାଇଛି ପରେ ତାଙ୍କ ମର ଶରୀରକୁ ପିପିଲିସ୍ଥିତ ବାସଭବନକୁ ନିଆଯିବ ବୋଲି ସୂଚନା ମିଳିଛି । ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବଂୟ ଶାସିତ (SCS) ମହାବିଦ୍ୟାଳୟରୁ ସେ ଛାତ୍ର ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ୧୯୮୫ ମସିହାରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ସେତେବେଳେ ଜନତା ପାର୍ଟିର ସଦସ୍ୟ ଥିଲେ। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟ୍ ରେ ବିଧାୟକ ହୋଇଥିଲେ । ୧୯୯୫ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିଲେ । ତା ପରଠୁ ଲଗାତାର ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ବିଜୟୀ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ରେ ବିଭିନ୍ନ ସମୟରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ମଧ୍ୟ ମହାରଥୀ ଦାୟିତ୍ବ ତୁଲାଇଛନ୍ତି । ପ୍ରାଥମିକ ଭାବେ ବିଜେଡିର ବିଧାନସଭାରେ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *