ବନ୍ଦର ସପକ୍ଷବାଦୀଙ୍କ ରାଲିକୁ ବିରୋଧ : ଭିଟାମାଟି ସୁରକ୍ଷା କମିଟିର ବିଶାଳ ସମାବେଶ

ବାଲିଆପାଳ : ବାଲିଆପାଳ ବନ୍ଦର ସପକ୍ଷବାଦୀମାନେ ଆଜି ବାଲିଆପାଳରୁ ଏକ ରାଲିରେ ବନ୍ଦର ନିର୍ମାଣ ସ୍ଥାନ ଚଉମୁଖକୁ ଯାଇଥାନ୍ତେ । ମାତ୍ର ଏହା ଜଣାପଡିବା ପରେ ଚଉମୁଖ ଭିଟାମାଟି ସୁରକ୍ଷା କମିଟି ତାହାକୁ ବିରୋଧ କରି ଡଗରା ବଡ଼ ଗୁମୁଟି ଛକ ନିକଟରେ ବିଶାଳ ସମାବେଶ କରିଥିଲେ । ଫଳରେ ସପକ୍ଷବାଦୀମାନେ ଚଉମୁଖ ନଯାଇ ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇ ଫେରିଯାଇଛନ୍ତି । ବନ୍ଦର ସପକ୍ଷବାଦୀ କମିଟିର ନେତା ବିଧାନ ଜେନାଙ୍କ ନେତୃତ୍ୱରେ ନାରାୟଣ ଜେନା, ଗାୟତ୍ରୀ ଜେନା, ସୌମ୍ୟ ରଞ୍ଜନ ବେହେରା, କମଳାକାନ୍ତ ଜେନା ପ୍ରମୁଖ ରାଲିରେ ଅଂଶ ଗ୍ରହଣ କରିଥିଲେ । ଭିଟାମାଟି ସୁରକ୍ଷା କମିଟିର ନେତା ଅରୁଣ କୁମାର ଜେନାଙ୍କ ନେତୃତ୍ୱରେ କଂଗ୍ରେସ ନେତା ବିଜନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ମୁନା ନାଗ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି କୌଣସି ପରିସ୍ଥିତିରେ ବନ୍ଦର କରାଇ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ । ତେବ ବନ୍ଦର ସପକ୍ଷବାଦୀ ଓ ବନ୍ଦର ବିରୋଧୀଙ୍କୁ ନେଇ ଯେ ନିକଟ ଭବିଷ୍ୟତରେ ରକ୍ତାକ୍ତ ସଂଘର୍ଷ ନଘଟିବ ଏ କଥାକୁ ଏଡ଼ାଯାଇ ନପାରେ ।

Leave a Reply

Your email address will not be published. Required fields are marked *