ଭଦ୍ରକ : କେନାଲରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ପରିବାର ପକ୍ଷରୁ ଥାନାରେ ଏତଲା । ଧାମନଗର ଧୂଷୁରୀ ଥାନା କଟସାହି ପଂଚାୟତ ସେଣ୍ଡିଆ ଗ୍ରାମରେ କେନାଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ବିଲକୁ ଆସିଥିବାବେଳେ ଯୁବକ ଜଣକ କେନାଲରେ ପଡି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ଏନେଇ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି ।
