କମେଣ୍ଟ ମରାକୁ କେନ୍ଦ୍ରକରି ଉତ୍ତେଜନା, ତଦନ୍ତ ପାଇଁ ଯାଇଥିବା ପୋଲିସ ମଧ୍ୟ ହେଲେ ଆକ୍ରମଣର ଶିକାର

ଖଲ୍ଲିକୋଟ : କମେଣ୍ଟ ମରାକୁ କେନ୍ଦ୍ରକରି  ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ତଦନ୍ତ ପାଇଁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ପୋଲିସ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପାଲୁରଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା  ।

ଏମିତି କି ରମ୍ଭା ପୋଲିସ ଉପରକୁ ପଥର ମାଡ଼ ହୋଇଛି । ପୋଲିସ ଗାଡି କାଚ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ପଥର ମାଡ଼ରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଦୁଇ ଗୋଷ୍ଠୀର ୪ଟି ଗାଡି ଭାଙ୍ଗିଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାରେ ଉଭୟ ପକ୍ଷରୁ ୫ ଜଣଙ୍କୁ ଅଟକ ରଖାଯାଇଛି ।

Leave a Reply

Your email address will not be published. Required fields are marked *