ତେଜରାତି ଦୋକାନରେ ଲାଗିଲା ନିଆଁ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଅଧିନ ସାରକୋଣା ଛକରେ ଏକ ତେଜରାତି ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ସାରକୋଣା ଗାଁର ଗଙ୍ଗାଧର ନାୟକ ଛକରେ ଏକ ତେଜରାତି ଦୋକାନ କରିଥିବାବେଳେ, ଗତକାଲି ରାତିରେ ଦୋକାନ ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀମାନେ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚିବା ବେଳକୁ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିସାରିଥିଲେ ।

Leave a Reply

Your email address will not be published. Required fields are marked *