ଚାଉଳ ପାଇଁ ମହାଭାରତ, ରାସନ ଡିଲର ଚାଉଳ ହେରଫେର କରିଥିବା ଅଭିଯୋଗରେ ପ୍ରତିବାଦ

ସୋର : ଚାଉଳ ପାଇଁ ମହାଭାରତ । ରାସନ ଡିଲର ଚାଉଳ ହେରଫେର କରିଥିବା ଅଭିଯୋଗରେ ପ୍ରତିବାଦ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣିପୁର ପଂଚାୟତ ଖୁଣ୍ଟା ଗାଁରୁ ଆସିଛି ଏଭଳି ଅଭିଯୋଗ ।  ଡିଲର ଜଣକ ନିଜେ ଚାଉଳ ନଦେଇ ଗାଁର ଅନ୍ୟ ଜଣେ ଲୋକଙ୍କୁ ବାଣ୍ଟିବାକୁ ଦେଇଥିବା ବେଳେ ସଂମ୍ପୃକ୍ତ ବ୍ୟକ୍ତି ହିତାଧିକାରୀଙ୍କୁ ଚାଉଳ ଦେଇ ନଥିବା ଅଭିଯୋଗ ଆସିଛି । ଉତ୍ୟକ୍ତ ଗ୍ରାମବାସୀ ରାସନ ଡିଲର ବିଜେନ୍ଦ୍ର ଦାସକୁ  ରାସ୍ତାରେ ଚଲାଇ ଚଲାଇ ନେବା ସହ ତାଲା ପକାଇ ବିରୋଧ କରିଛନ୍ତି l ତେବେ ଗ୍ରାମବାସୀଙ୍କ ଚାଉଳ ଗଲା କୁଆଡେ ତାକୁ ନେଇ ଉଠିଛି ପ୍ରଶ୍ନ l

Leave a Reply

Your email address will not be published. Required fields are marked *