ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣି

ବ୍ରହ୍ମପୁର : ଭିଜିଲାନ୍ସ କବଜାରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣି ମନୋଜ କୁମାର ପ୍ରଧାନ । କେଶରାପଲ୍ଲୀ ୟୁପି ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଏହା ସହିତ ଏକାସାଙ୍ଗରେ ମନୋଜଙ୍କ ବାଣୀବିହାର ସ୍ଥିତ ଭଡ଼ାଘର, ଶଶୁରଙ୍କ ଘର ଓ କାର୍ଯ୍ୟାଳୟରେ ଏକ ୧୦ ଜଣିଆ ଭିଜିଲାନ୍ସ ଟିମ ଚଢ଼ାଉ କରିଛି l ସୂଚନା ମୁତାବକ ଅବସରପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ଙ୍କ ୩୦ ବର୍ଷିଆ ବେନିଫିଟ ସାର୍ଟିଫିକେଟ କରାଇ ଦେବା ପାଇଁ କିରାଣୀ  ୫୦୦୦ ଟଙ୍କା ଦାବି  କରୁଥିଲେ l

Leave a Reply

Your email address will not be published. Required fields are marked *