ଆଜିର ରାଶିଫଳ

ମେଷ : ଲାଭ ଭାବରେ ଚନ୍ଦ୍ର ରହିଥିବାରୁ ଆଜି ଦିନରେ ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଉନ୍ନତ ରହିବ । ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଚଳାଇନେଇ ପାରିଲେ କୃତକାର୍ଯ୍ୟ ହେବେ । ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବାକୁ ପଡିପାରେ । ଦୀର୍ଘ ଦିନରୁ ଥିବା ବିବାଦ ସମାଧାନର ରାସ୍ଥା ସୁଗମ ହେବ ।

ବୃଷ : ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି । ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ପୂର୍ବ ଯୋଜନା ଅନୁଯାୟୀ କାମକରି କିଛିଟା ସଫଳତା ପାଇବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ ।

ମିଥୁନ : କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ସେହି କଥା ଭାବି ଅନ୍ୟମନସ୍କ ରହିପାରନ୍ତି । ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାନବାହାନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ । ପଡୋଶୀଙ୍କ ସହ ସାମାନ୍ୟ କାରଣରୁ ସମ୍ପର୍କ ହାନି ଘଟିପାରେ ।

କର୍କଟ : ଦକ୍ଷତା ହେତୁ ଅର୍ଥ ଓ ସମ୍ମାନ ଲାଭରେ ଗୌରବାନ୍ୱିତ ମନେ କରିବାର ସୁଯୋଗ ଲଭିବେ । ପାରିବାରିକ ଶୃଖଳା ରକ୍ଷା ଦିଗରେ ଅଭିଜ୍ଞତା ଓ ଦୂରଦର୍ଶିତା ସାହାଯ୍ୟ କରିବ । ସଭାସମିତି, ଆନୁଷ୍ଠାମିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଆନୁଷ୍ଟାନିକ କ୍ଷେତ୍ରରେ ପ୍ରତିବନ୍ଧକ କାରଣରୁ କାମ ସମ୍ପନ୍ନ କଷ୍ଟକର ହେବ ।

ସିଂହ : ଆଜି କାମ ହାସଲ ସକାଶେ ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମାନସିକ ସ୍ଥିରତା ରହି ନ ପାରେ । ଭୁଲ୍ ବୁଝାମଣା କାରଣରୁ ପରିବାରରେ ସମ୍ପର୍କ ହାନି ଆଶଙ୍କା ରହିଛି । ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡିପାରେ । ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ ।

କନ୍ୟା : ଅତୀତ ଘଟଣା ମନରେ ଆଲୋଡନ ସୃଷ୍ଟି କରିବ । ଫଳରେ ଆପଣ ସ୍ଥିର ଭାବରେ ରହିପାରିବେ ନାହିଁ । ନିଜ ସ୍ୱାର୍ଥ ସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ଶତ୍ରୁତା ଆଚରଣ କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ । ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ।

ତୁଳା : କର୍ମ କ୍ଷେତ୍ରରେ କେତେକ କାର୍ଯ୍ୟରେ ସଫଳତା ହାସଲ କରିବାରେ ନିକଟସ୍ଥ ବନ୍ଧୁମାନେ ସାହାଯ୍ୟ କରିବେ । ସାହିତ୍ୟ, ସାମ୍ବାଦିକତା, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ । ଜମିଜମା ପ୍ରଭୃତି କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । ଅଫିସରେ ଅଫିସରମାନଙ୍କ ସହ ମତଭେଦ କିମ୍ବା ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ ।

ବିଛା : ସାହାଯ୍ୟକାରୀ ମନୋବୃତି ହେତୁ ସହକର୍ମୀଙ୍କ ସହ ସଦ୍ଭାବ ବୃଦ୍ଧି ହୋଇପାରେ । ଆଜି ଘରକୁ ଫେରିବା ସମୟରେ ମୂଲ୍ୟବାନ ଜିନିଷ ଆଣିପାରନ୍ତି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିତା ସୃଷ୍ଟି ହେବାର ସୂଚନା ରହିଛି । ସନ୍ତାନ ହେତୁକ ଚିନ୍ତା ଦୂର ହେବ ।

Leave a Reply

Your email address will not be published. Required fields are marked *