ଅନୁଗୁଳ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ, ମେଲ ୱାର୍ଡରୁ ରୋଗୀ ଗାଏବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଲ ମେଡ଼ିସିନ ୱାର୍ଡରୁ ଜଣେ ରୋଗୀ ଫେରାର ହୋଇଯାଇଥିବା ସୂଚନା । କଣିହା ପଥର ମୁଣ୍ଡା ଅଞ୍ଚଳର କୁଶଧ୍ୱଜ ସାହୁ(୩୮)ଙ୍କର ଶନିବାର ଦେହ ଖରାପ ହେବାରୁ ଅନୁଗୋଳ ମେଲ ୱାର୍ଡରେ ଭର୍ତି ହୋଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ସକାଳ ୯.୩୦ ଯାଏଁ ରୋଗୀ ୱାର୍ଡରେ ଥିଲା । ଏତିକି ବେଳେ ସେହି ୱାର୍ଡରେ ଅନ୍ୟ ଏକ ରୋଗୀର ମୃତ୍ୟୁ ହେବାରୁ ସେଠାରେ କାନ୍ଦ ବୋବାଳି ଯୋଗୁଁ ସାମାନ୍ୟ ଭିଡ ହୋଇଥିଲା ।

ଏହି ସମୟରେ କୁଶଧ୍ୱଜ କୁଆଡେ ପଳାଇଥାଇ ପାରନ୍ତି ବା ଅନ୍ୟ କିଛି ଘଟିଥାଏ ବୋଲି ଅନୁମାନ କରାଯାଉଛି । ସେପଟେ  ବହୁ ଖୋଜା ଖୋଜି ପରେ ମଧ୍ୟ କୁସଧ୍ୱଜଙ୍କ ପତ୍ତା ମିଳିନାହିଁ । ଯାହା ଫଳରେ କୁଶଧ୍ୱଜଙ୍କ ବାପା ବେନୁ ସାହୁ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ ଗତ ଚାରିମାସ ମଧ୍ୟରେ ୱାର୍ଡରୁ ରୋଗୀ ପଳାଇବା ଏହା ତୃତୀୟ ଘଟଣା । ୱାର୍ଡରେ ଦୁଇ ଦୁଇ ଜଣ ସିକ୍ୟୁରୀଟି ଗାର୍ଡ ଏବଂ ଆଇପିଡ଼ି କୋଠା ଦାୟିତ୍ୱରେ ଦୁଇ ଦୁଇ ଜଣ ସୁପରଭାଇଜର ଥିଲେ ମଧ୍ୟ ରୋଗୀ କିଭଳି ପଳାଇ ଯାଉଛନ୍ତି, ତାହା ମେଡିକାଲର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ତଦନ୍ତ କରିବାକୁ ରୋଗୀର ଭିଣୋଇ ଧୁଲେଶ୍ବର ସାହୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *