କଟକ : ପୋଲିସକୁ ଟେନସନ୍ ଦେଲାଣି ନକଲି ଔଷଧ । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ନକଲି ଟେଲମା ୪୦ ଔଷଧ କଟକକୁ ଆସୁଥିବାରୁ ଏହାର ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ଖୋଳତାଡ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ ଟିମ । ହେଲେ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିନି ନକଲି ଔଷଧ ପ୍ରସ୍ତୁତ କରୁଥିବା ସଂସ୍ଥା ।
ଜୀବନ ରକ୍ଷାକାରୀ ଔଷଧକୁ ନକଲି କରି ବ୍ୟବସାୟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାହିଁକି ଆଜୀବନ ସଜା ପାଇଁ ଦଫା ଲାଗୁନି ତାକୁ ନେଇ ପ୍ରଶ୍ନ କଲେଣି ଆଇନ ବିଶାରଦ । ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ଥିବା ନକଲି ଔଷଧ ବ୍ୟବସାୟୀଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସମୟରେ ଅନେକ ତଥ୍ୟ ପୋଲିସ ହାତରେ ଲାଗିଛି ବୋଲି ଡିସିପି କହିଛନ୍ତି ।
