ଉମରକୋଟ : ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୋଲି ଖବର ମିଳିଛି । ପ୍ରାୟ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡିଛନ୍ତି । କୌଣସି କେସକୁ ନେଇ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ସିସିଟିଭି କ୍ୟାମେରାକୁ ଏଡାଇବା ପାଇଁ ଥାନା ଠାରୁ କିଛି ଦୂରରେ ଏହି ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ ଏନେଇ ଖବର ପାଇବା ସହ ତାଙ୍କୁ ଧରିବାରେ ସଫଳ ହୋଇଥିଲା । ଏହା ସହ ଟଙ୍କା ମଧ୍ୟ ଜବତ କରିଥିଲା । ଏହି ଟିମରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସର ୧୪ ଜଣିଆ ଟିମ୍ ସାମିଲ ଥିଲେ । ଘଟଣାର ତଦନ୍ତ ଜାରି ରଖାଯିବା ସହ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।
