ସି.ବି.ଏସ.ଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ଭାଷା ପାଇଁ ଚରମ ଅବହେଳା

ରୟାଗଡ଼ : ରୟାଗଡ଼/କାଶିପୁର ବ୍ଲକ ଅନ୍ତର୍ଗତ ଉଷାପଡା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ସି.ବି.ଏସ.ଇ. ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଟର୍ମ ୱ।ନ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଓଡ଼ିଆ ଭାଷାର ପ୍ରଶ୍ନପତ୍ର ଅନଭିଜ୍ଞ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିଲେ ହେଁ ଯେଉଁଥିରେ କି ପ୍ରାୟ ୧୧(ଏଗାର)ଟି ପ୍ରଶ୍ନର ଉତ୍ତର ଉତ୍ତରପତ୍ରରେ ଭୁଲ ଥିଲା, ଏ ବିଷୟରେ ସି.ବି.ଏସ.ଇ. କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତା’ର କୌଣସି ପୁନର୍ବିଚାର କରାଯାଇନାହିଁ । ଯେଉଁଥି ପାଇଁ କି ନିରୀହ ଛାତ୍ରଛାତ୍ରୀମାନେ ମାନସିକ ଚାପର ବଶବର୍ତ୍ତୀ ହୋଇଛନ୍ତି । ଏହି ବିଷୟରେ ସି.ବି.ଏସ.ଇ. କର୍ତ୍ତୁପକ୍ଷ ଯଥାଶୀଘ୍ର ଆଶାନୁରୂପ ପଦକ୍ଷେପ ନେଲେ ପିଲାମାନଙ୍କ ପାଇଁ ଭଲ ହେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଆ ଭାଷା ପ୍ରତି ଏପରି ଚରମ ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରୁଥିବା ସି.ବି.ଏସ.ଇ. ଆଞ୍ଚଳିକ ଅଧିକାରୀଙ୍କ ବିରୋଧରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ନ୍ୟାୟାଳୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ଵାରସ୍ଥ ହେବା ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବୀମାନେ ଏକ ଲିଖିତ ଅଭିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *