ବାଲେଶ୍ବର : ବାଲେଶ୍ବର ଜଳେଶ୍ବରରେ ପୁଣି ଗୋରୁ ଚାଲାଣ ଗାଡ଼ି ଜବତ । ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ସମୟରେ ୩ ଟି ଗୋରୁ ବୋଝେଇ ଟ୍ରକ ଜବତ କଲା ଜଳେଶ୍ଵର ପୋଲିସ । ଘଟଣାରେ ସାତ ଜଣଙ୍କୁ ଅଟକ ରଖିଛି ଜଳେଶ୍ବର ପୋଲିସ । ଏନଏଚ ୬୦ ରାଜଘାଟ ନାକା ନିକଟରେ ଗୋଟିଏ ୧୨ ଚକିଆ ଗୋରୁ ବୋଝେଇ ହୋଇ ଥିବା ଟ୍ରକକୁ ଅଟକାଇଥିଲା ପୋଲିସ । ପଛରେ ଥିବା ଦୁଇଟି ଟ୍ରକ ଖବରପାଇ ଘରୋଇ କ୍ରସର ଭିତରେ ଲୁଚି ଯାଇଥିଲେ । ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଗୋରୁକୁ ଉଦ୍ଧାର କରିଛି ପୋଲିସ ।
ସେହିପରି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଗୋରୁ ଉଦ୍ଧାର ହୋଇଛି । ଗୋରୁ ଚୋରାଚାଲାଣ ବେଳେ ଧରିଛନ୍ତି ଯୁବକ । ୩୦ ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ସୂଚନା । ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ସୂଚନା । ତେବେ ଭୁବନେଶ୍ୱରର ଟଙ୍କପାଣି ସାଇ ମନ୍ଦିର ଜାତୀୟ ରାଜପଥ ଉପରେ ଗୋରୁ ବୋଝେଇ ଗାଡି ଜବତ ହୋଇଛି । ସୂଚନାମୁତାବକ, ସ୍ଥାନୀୟ କିଛି ଯୁବକ ଗାଡିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ପୁରୀ ଆଡୁ ଆସୁଥିବା ଏକ ପିକପ ଭ୍ୟାନକୁ ଅଟକାଇ ଥିଲେ । ଗାଡ଼ିରେ ୩୦ ରୁ ଅଧିକ ଗୋରୁ ଥିବା ଦେଖି ଯୁବକମାନେ ଉତ୍ୟକ୍ତ ହୋଇ ଉଠିଥିଲେ । ଗାଡିକୁ ଭଙ୍ଗା ରୁଜା କରିବା ସହ ଗୋରୁମାନଙ୍କୁ ଉଦ୍ଧ।ର କରିଥିଲେ । ଗାଡି ଚାଳକ ସେଠାରୁ ଫେରାର ହୋଇଯାଇଛି । ଉତ୍ତେଜନା ଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି । ବରଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚିଛି ତଦନ୍ତ ଆରମ୍ଭ କରିଛି ।
