କଳିଙ୍ଗାଘାଟି ଦୁର୍ଘଟଣାର ଦିନେ ନପୁରୁଣୁ ପୁଣି ଆଉ ଏକ ଦୁର୍ଘଟଣା

କେନ୍ଦ୍ରାପଡା : କଳିଙ୍ଗାଘାଟି ଦୁର୍ଘଟଣା ମନରୁ ଲିଭିନଥିବାବେଳେ ସକାଳୁ ସକାଳୁ ଆଉ ଏକ ଦୁର୍ଘଟଣା । କେନ୍ଦ୍ରାପଡାରେ ବସ ଓ ଜେସିବି ଧକ୍କା । ସଦର ଥାନା ଅନ୍ତର୍ଗତ, କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାରେ, ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଜେସିବି ସହ ବସ  ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ମୋଟ ୬୦ ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ । ତା’ ମଧ୍ୟରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ କେନ୍ଦ୍ରାପଡା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରୁ ଜେସିବି ଡ୍ରାଇଭର ଫେରାର ହୋଇଯାଇଛି । ରାସ୍ତା ଜାମ ଯୋଗୁଁ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ଅନ୍ୟପଟେ ଏଯାଏଁ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଗତକାଲି କଳିଙ୍ଗାଘାଟିରେ ଟୁରିଷ୍ଟ ବସ ଓଲଟି ୬ ଜଣଙ୍କ ମୃତ ଘଟିଥିବାବେଳେ ୩୫ ରୁ ଅଧିକ ଆହତ ହୋଇଥିଲେ ।  ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର ପରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୧୫ ରୁ ଉର୍ଦ୍ଧ୍ୱ ଗୁରୁତରଙ୍କୁ ଏମକେସିଜି କୁ ସ୍ଥାନାନ୍ତରିତ କରାଯାଇଥିଲା । ଭଞ୍ଜନଗର କଳିଙ୍ଗାଘାଟି ଦୁର୍ଗାପ୍ରସାଦ ପାଖରେ ଏହି ଯାତ୍ରୀବାହୀ ବସ୍ ଓଲଟିଥିଲା । ଘାଟିରେ ବସର ବ୍ରେକ ପାଇପ ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା । ଦାରିଙ୍ଗବାଡ଼ିରୁ ଫେରୁଥିବାବେଳେ ବିଳମ୍ବିତ ରାତିରେ ଏହି  ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *